ଟ୍ରାକ୍‌ରେ ପୁଣି ଚମକିଲେ ଦୌଡରାଣୀ ଦୂତୀ ଚାନ୍ଦ, ୧୦୦ମିଟର ଦୌଡ ଫାଇନାଲରେ କଲେ ପ୍ରବେଶ

Published By : Prameya-News7 Bureau | February 29, 2020 IST

ଭୁବନେଶ୍ବର ୨।୨: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଅଷ୍ଟମ ଦିନ । ଟ୍ରାକକୁ ଓହ୍ଲାଇଥିବା ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ହିଟସ୍ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହାସହ ସେ ଫାଇନଲରେ ପ୍ରବେଶ କରିଛନ୍ତି । ଆଜି ଅପରାହ୍ନ ୩ଟା ୧୫ମିନିଟ୍ ରେ ଫାଇନଲ ଖେଳାଯିବ ।

{"id":230597,"sizeSlug":"large"}

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ସପ୍ତମ ଦିନରେ ଓଡିଶାକୁ ୨ଟି ଗୋଲ୍ଡ ସହ ୪ଟି ମେଡାଲ୍ ମିଳିଛି । ଲଙ୍ଗ୍‌ ଜମ୍ପରେ ସମ୍ବଲପୁର ୟୁନିଭରସିଟିର ମନସା ମିରେଲ ୬.୨୨ ଦୂରତ୍ବକୁ ଡେଇଁ ହାସଲ କରିଛନ୍ତି ଗୋଲ୍ଡ ମେଡାଲ । ଏହା ମନିଷାଙ୍କର ତୃତୀୟ ସ୍ବର୍ଣ୍ଣ ପଦକ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ମନୋଜ କୁମାର ସାହୁ ୭୩ କେ.ଜି. ଭାରତ୍ତୋଳନ ପୁରୁଷ ବର୍ଗରେ ମୋଟ୍ ୨୬୭ କିଗ୍ରା ଓଜନ ଉଠାଇ ସ୍ବର୍ଣ୍ଣ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.