Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସମଲିଂଗୀ ସମ୍ପର୍କରେ ଥିବା ଦୌଡରାଣୀ ଦୂତି କହିଲେ ଏବେ ଆଉ ଡର ଲାଗୁ ନାହିଁ

26/08/2019 at 4:30 PM

ଧାବିକା ଦୂତି ଚାନ୍ଦ କିଛି ଦିନ ତଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ ସତ୍ୟ ପ୍ରକାଶ କରିଥିଲେ। । ସମଲିଂଗୀ ସମ୍ପର୍କରେ ଥିବା ଘୋଷଣା କରିଥିଲେ ଭାରତର ଏଥଲିଟ୍‌ ଦୂତି ଚାନ୍ଦ । ସମଲିଙ୍ଗୀ ସଂପର୍କ ବିଷୟରେ ସ୍ବୀକାର କରିବାରେ ଦୂତି ହେଉଛନ୍ତି ଭାରତର ପ୍ରଥମ ଖେଳାଳି। ନିଜ ସମ୍ପର୍କକୁ ଲୁଚାଇବା ଅପେକ୍ଷା ଗ୍ରହଣ କରିବା ଭଲ ବୋଲି କହିଥିଲେ ଦୂତୀ।

ଚଳିତ ବର୍ଷ ମେ ମାସରେ ସେ ଏହି ବିଷୟରେ ଏକ ସାକ୍ଷାତକାର ବେଳେ ସୂଚନା ଦେଇଥିଲେ । ଦୂତୀଙ୍କ ପ୍ରେମ କାହାଣୀ ତାଙ୍କ ଗାଁରୁ ଆରମ୍ଭ ହୋଇଥିଲା। ଓଡିଶାରେ ବାସ କରୁଥିବା ଦୂତି ନିଜ ଗାଁର ଜଣେ ଘନିଷ୍ଠ ବାନ୍ଧବୀଙ୍କ ସହ ସମ୍ପର୍କରେ ଅଛନ୍ତି।

ଏବେ ଦୂତିଙ୍କ ପ୍ରେମ କାହାଣୀ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି। ତାଙ୍କର ସମଲିଂଗୀ ବିବାହ କରିବା ନିଷ୍ପତ୍ତି ଜାଣିବା ପରେ ତାଙ୍କ ପରିବାର ଲୋକେ ତାଙ୍କ ସହ ସମ୍ପର୍କ କାଟିଦେଇଥିଲେ। ତାଙ୍କ ବଡ ଭଉଣୀ ଅଲଗା ହେବାର ଧମକ ମଧ୍ୟ ଦେଇଥିଲେ। ହେଲେ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା।

ଦୂତି ତାଙ୍କ ବାନ୍ଧବୀଙ୍କ ସହ ପରିବାର ଗଢିବାର ସ୍ବପ୍ନ ଦେଖିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗ ନେଇ ଦେଶକୁ ଅନେକ ପଦକ ଦେଇଛନ୍ତି ୨୩ ବର୍ଷ ବୟସ୍କା ଧାବିକା ଦୂତୀ। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ କୌଣସି ସମସ୍ୟା ହେଉନାହିଁ।

ଏକ ଗଣ ମାଦ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଯେତେଯାଏଁ ସେ ଏହି ବିଷୟରେ ପ୍ରକାଶ କରିନଥିଲେ ସେ ପ୍ରତ୍ୟେକ ମୂହୁର୍ତ୍ତ ଅନେକ ଚାପରେ ରହୁଥିବା ଅନୁଭବ କରୁଥିଲେ। ସାଧାରଣରେ ସେ ଏହି ବିଷୟରେ ପ୍ରକାଶ କରିବା ପରେ ତାଙ୍କୁ ଏବେ ଭଲ ଲାଗୁଛି ଓ କୌଣସି ଚାପ ଥିବା ଭଳି ଅନୁଭବ ହେଉ ନାହିଁ। ସେ ଆଗରୁ ଯେମିତି ଡରୁଥିଲେ ଏବେ ଆଉ ସେମିତି ଜମା ଭୟ ନାହିଁ ବୋଲି କହିଛନ୍ତି ।  

   Related Posts