Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଧାବିକା ଦୂତୀ ଚାନ୍ଦଙ୍କ ବଡ ଖୁଲାସା, ବାନ୍ଧବୀ ସହ ରହିଛି ସମଲିଙ୍ଗୀ ସମ୍ପର୍କ

19/05/2019 at 2:34 PM

ଭୁବନେଶ୍ବର ୧୯|୫: ଧାବିକା ଦୂତୀ ଚାନ୍ଦ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସା କରିଛନ୍ତି । ଦୂତୀଙ୍କୁ ତାଙ୍କ ଜୀବନସାଥୀ ମିଳିଯାଇଛି । ମାତ୍ର ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ଜୀବନସାଥୀ ଜଣଙ୍କ ଯୁବକ ନୁହଁନ୍ତି ଜଣେ ଯୁବତୀ । ଯୁବତୀ ଜଣଙ୍କ ତାଙ୍କ ଗାଁର । ଦୂତୀ ତାଙ୍କ ମହିଳା ଜୀବନସାଥୀଙ୍କ ନାଁ ଗୋପନ ରଖିଛନ୍ତି ।

ଦୂତୀ ଚାନ୍ଦଙ୍କ ପ୍ରେମ ଏବେ ସାରା ଦେଶର ଚର୍ଚ୍ଚାର ବିଷୟ। ଦୂତୀ ଭଲ ପାଇଛନ୍ତି। ଭଲ ତ ପାଇଛନ୍ତି ଭୁଲ ବି କରିନହାନ୍ତି ବୋଲି ସିଧା ସିଧା କହିଛନ୍ତି। ତାଙ୍କ ମନରେ ପ୍ରେମର ଜୁଆର ଉଠିଛି ସେ ପୁଣି ତାଙ୍କ ଗାଁର ଜଣେ ଝିଅ ପ୍ରତି। ତେବେ ମହିଳା କାଟାଗୋରିରେ ଶହେ ମିଟରରେ ରେକର୍ଡ କରିଥିବା ଏହି ସ୍ପ୍ରିଣ୍ଟରଙ୍କ ନୂଆ ଖୁଲାସା ଖୁବ ଚର୍ଚ୍ଚାର ବିଷୟ ହୋଇଛି। ସମଲିଙ୍ଗୀ ବିବାହ ପାଇଁ ଇଚ୍ଛା କରିଛନ୍ତି ଦୂତି। ନିଜ ଜୀବନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଭାରତର ଏହି ଆଗ ଧାଡିର ସ୍ପ୍ରିଂଟର ଦୂତୀ ଚାନ୍ଦ । ଦୂତୀ କହିଛନ୍ତି ସେ ଏବେ ସମଲିଂଗୀ ସଂପର୍କରେ ଅଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାର ବେଳେ ସେ ଏନେଇ ଖୁଲାସା କରିଛନ୍ତି । ଇଣ୍ଡିଆନ୍ ଏକ୍ସପ୍ରେସ, ଦ କ୍ବିଣ୍ଟ, ଇଣ୍ଡିଆ ଟୁଡେ ଓ ଡିଏନଏରେ ଏନେଇ ଖବର ପ୍ରକାଶ ପାଇଛି ।

ଦୂତୀ କହିଛନ୍ତି ଯେ, ମୋତେ ଏମିତି ଜଣେ ମିଳିଯାଇଛି ଯିଏ ମୋ ଜୀବନଠୁ ଅଧିକ । ସେ ହେଉଛି ମୋର ଘନିଷ୍ଠ ବାନ୍ଧବୀ। ମୁଁ ବିଶ୍ବାସ କରେ ଯିଏ ଯାହା ସାଥିରେ ରହିବାକୁ ଚାହାଁନ୍ତି ବୋଲି ନିଷ୍ପତ୍ତି ନେଇଛନ୍ତି ସେମାନଙ୍କୁ ସେ ସ୍ବାଧୀନତା ମିଳିବା ଉଚିତ। ସମଲିଙ୍ଗୀ ସମ୍ପର୍କରେ ଯେଉଁମାନେ ରହିବାକୁ ଆଗ୍ରହୀ ସେମାନଙ୍କ ଅଧିକାରକୁ ନେଇ ମୁଁ ସର୍ବଦା ସମର୍ଥନ କରିଛି। ଏହା ଜଣକର ବ୍ୟକ୍ତିଗତ ପସନ୍ଦ।

ସମଲିଙ୍ଗୀ ସଂପର୍କ ବିଷୟରେ ସ୍ବୀକାର କରିବାରେ ଦୂତୀ ହେଉଛନ୍ତି ଭାରତର ପ୍ରଥମ ଖେଳାଳି । ଏବେ ଓ୍ବାର୍ଲ୍ଡ ଚମ୍ପିଅନସିପ୍ ଏବଂ ଅଲମ୍ପିକ୍ ରେ ଦୂତୀ ଫୋକସ୍ କରୁଛନ୍ତି । ତେଣୁ ସେ ନିଜ ଭବିଷ୍ୟତ ବିଷୟରେ ଯୋଜନା କରିନଥିଲେ ମଧ୍ୟ ସେ ତାଙ୍କ ବାନ୍ଧବୀଙ୍କ ସହ ସେଟେଲ ହେବାକୁ ଚାହୁଁଛନ୍ତି ।

ଧାରା ୩୭୭କୁ ସୁପ୍ରିମକୋର୍ଟ ଡିକ୍ରିମିନାଲାଇଜ୍‌ କରିବାର ଐତିହାସିକ ନିଷ୍ପତ୍ତି ପରେ ସେ ଏ ସଂକ୍ରାନ୍ତରେ କହିବାକୁ ସାହସ ଜୁଟାଇ ପାରିଥିବା କଥା କହିଛନ୍ତି।

ସେ କହିଛନ୍ତି ଯେ, ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପୁରୁଣା ଆଇନ୍‌କୁ କାଟି ଦେଇଛନ୍ତି। ମୋର ଯାହା ସହିତ ରହିବାକୁ ଇଚ୍ଛା ସେ ନିଷ୍ପତ୍ତି ଜଣେ କ୍ରୀଡାବିତ୍‌ର ନିଷ୍ପତ୍ତି ଭାବେ ବିଚାର କରିବାକୁ କାହାରି ଅଧିକାର ନାହିଁ ବୋଲି ମୋର ବିଶ୍ବାସ। ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ସମ୍ମାନ ଦେବା ଉଚିତ୍। ଆନ୍ତର୍ଜାତିକ କ୍ରୀଡାରେ ମୁଁ ଭାରତ ପାଇଁ ପଦକ ହାସଲ ପାଇଁ ଉଦ୍ୟମ ଜାରି ରଖିବି।

ଅଲମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମ୍ସରେ ୧୦୦ ମିଟରରେ ୨୦ ବର୍ଷ ପରେ ସେ ଦେଶକୁ ଦେଇଥିଲେ ସିଲଭର ମେଡାଲ । ସେହିପରି ୨୦୦ ମିଟରରେ ଦେଶକୁ ୧୬ ବର୍ଷ ପରେ ସେ ଦେଇଥିଲେ ମେଡାଲ । ତେବେ ସମଲିଙ୍ଗି ସଂପର୍କର ଖୁଲାସା କରିବା ପରେ ସାରା ଦେଶରେ ଏବେ ଚର୍ଚାର କେନ୍ଦ୍ରକୁ ଆସିଛନ୍ତି ଏହି ଓଡିଆ ଆଥଲେଟ୍ ।

ଦୂତୀ ଚାନ୍ଦଙ୍କ ଜନ୍ମ ଚାକାଗୋପାଳପୁରରେ ହୋଇଥିଲା । ସେ ୪ବର୍ଷ ବୟସରେ ଦୌଡିବା ଆରମ୍ଭ କରିଦେଇଥିଲେ । ତାଙ୍କ ପରିବାର ବହୁତ ଗରିବ ଥିଲେ । ଦୂତୀଙ୍କ ବାପା ଜଣେ ବୁଣାକାର ଥିଲେ । ସେ ପ୍ରତ୍ୟେକ ଦିନ ୧୦ଟଙ୍କା ରୋଜଗାର କରନ୍ତି । ଦୂତୀ ଚାନ୍ଦ ତାଙ୍କ ବଡ ଭଉଣୀ ସରସ୍ବତୀ ଚାନ୍ଦଙ୍କୁ ତାଙ୍କ ପ୍ରେରଣା ମାନନ୍ତି । ସରସ୍ବତୀ ନିଜେ ଜଣେ ଆଥଲେଟ୍ ଥିଲେ ଏବଂ ସେ ଦୂତୀଙ୍କୁ ପ୍ରାକ୍ଟିସ କରାଉଥିଲେ । ଦୂତୀ ଚାନ୍ଦ ୧୦ବର୍ଷ ବୟସରେ ଇଣ୍ଡିଆ ନ୍ୟାସନାଲ ପ୍ରୋଗ୍ରାମ ଜରିଆରେ ଟ୍ରେନିଂ ଆରମ୍ଭ କରିଦେଇଥିଲେ । ସେ ପ୍ରଥମେ କାଲି ପାଦରେ ଟ୍ରେନିଂ ନେଉଥିଲେ । ଦୂତୀ ୨୦୧୩ରେ ସ୍କୁଲ ନ୍ୟାସନାଲ ଗେମ୍ସରେ ଟାଟା ନାନୋ କାର୍ ଜିତିତିଲେ । ୨୦୧୩ରେ ହିଁ ସେ ନ୍ୟାସନାଲ ଚାମ୍ପିୟନ୍ ମଧ୍ୟ ହୋଇଥିଲେ ।

   Related Posts