ତାଙ୍କୁ କାହିଁକି ବାଛିଲି... ଜୀବନ ସାଥୀ ଓ ପ୍ରେମ, ମନପେଡି ଖୋଲିଦେଲେ ଦୂତୀ...

Published By : Prameya-News7 Bureau | July 05, 2020 IST

ଭୁବନେଶ୍ବର୫/୭:  ଓଡ଼ିଶା କ୍ରୀଡ଼ା ଇତିହାସର ଏମିତି ଉଦିଆଁ ଚାନ୍ଦ, ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ଛାତି ଫୁଲାଏ । ସେ ଏମିତି ଏକ ସଂଘର୍ଷର ନାଁ ଯାହାକୁ ଦେଖି ଯକୌଣସି ଆଥଲେଟ୍ ପ୍ରୋତ୍ସାହିତ ହୁଏ । ବୋଧହୁଏ ଗତିକୁ ନେଇ ଓ ଗତି ପାଇଁ ତାଙ୍କ ଜନ୍ମ ବୋଲି ନାଁ ତାଙ୍କର ଦୂତୀ । ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଦୂତୀ ନିଜ ବ୍ୟକ୍ତିଗତ ଜୀବନରେ ଥିବା କିଛି ଅକୁହା କଥା ସେୟାର କରିଛନ୍ତି। ସମଲିଙ୍ଗୀ ସଂପର୍କକୁ ନେଇ ବର୍ତ୍ତମାନ ଦୂତୀ ବେଶ ଚର୍ଚ୍ଚାରେ ଅଛନ୍ତି। ଦୂତୀ ଚାନ୍ଦ ହେଉଛନ୍ତି ଓଡିଶା ସମେତ ପୁରା ଭାରତ ପାଇଁ ଗର୍ବ। ହେଲେ ଦୂତୀ ଏଭଳି ନିଷ୍ପତ୍ତି କାହିଁକି ନେଲେ? ଏହି ପ୍ରଶ୍ନରେ ଦୂତୀ କହିଥିଲେ, ​‌ମୋ ମନ ଯାହା କହିଲା, ମୁଁ ସେୟା କଲି। ତାଙ୍କର ଜଣେ ପୁରୁଷ ବନ୍ଧୁ ଥିଲେ। ତାଙ୍କ ସହ ଦୂତୀ ରିଲେସନ୍‌ସିପ୍‌ରେ ମଧ୍ୟ ଥିଲେ। ସେ କାହିଁକି ନିଜ ଜୀବନ ସାଥୀ ରୂପେ ବାଛିଲେ ? ଏହି ପ୍ରଶ୍ନରେ ଦୂତୀ କହିଥିଲେ, ଯଦି ସେମିତି କହିବେ, ମୋ ମନ, ମୋ ମାଇଣ୍ଡ ସବୁ ଚେଞ୍ଜ କରିବା ପଛରେ ଏଫ୍‌ଏଆଇ (ଆଥ୍‌ଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ)। ୨୦୧୪ ମସିହାରେ ତାଙ୍କ ଟେଷ୍ଟ କରାଯାଇଥିଲା। ତାଙ୍କ ଦେହରେ କେଉଁ ହରମୋନ୍‌ ଅଛି, ସେ ଜାଣିନଥିଲେ। କିନ୍ତୁ ତାଙ୍କ ଦେହରେ ପୁରୁଷ ହରମୋନ୍ ଅଛି ବୋଲି ତାଙ୍କୁ କୁହାଯାଇଥିଲା। ତେଣୁ ତାଙ୍କ ମନ ପରିବର୍ତ୍ତନ ହୋଇଯାଇଥିଲା। ଶୁଣନ୍ତୁ ଦୂତୀ କଣ କହୁଛନ୍ତି….

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.