ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ଏବିଭିପିର ବାଜିମାତ, ଜାଣନ୍ତୁ କିଏ ହେଲେ ସଭାପତି

Published By : Prameya-News7 Bureau | September 13, 2019 IST

ନୂଆଦିଲ୍ଲୀ ୧୩।୯:  ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀମାନେ କ୍ରମାନ୍ୱୟରେ ଛାତ୍ରସଂସଦର ସଭାପତି, ଉପସଭାପତି ଓ ଯୁଗ୍ମସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତବର୍ଷର ନିର୍ବାଚନ ଫଳାଫଳ ମଧ୍ୟ ୨୦୧୮ ନିର୍ବାଚନ ଭଳି ରହିଛି। କେବଳ ବିଶ୍ୱବିଦ୍ୟାଳ ସାଧାରଣ ସମ୍ପାଦକ ପଦଟି କଂଗ୍ରେସ ସମର୍ଥିତ ଛାତ୍ର ସଙ୍ଗଠନ ଏନଏସୟୁଆଇ ହାତକୁ ଯାଇଛି।

{"id":157124}

ନିର୍ବାଚନ ଫଳାଫଳ ଅନୁସାରେ ଏବିଭିପିର ଅକ୍ଷିତ ଦହିୟା ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି ପ୍ରଦୀପ ଉପସଭାପତି ନିର୍ବାଚିତ ହୋଇଥିବା ବେଳେ ଏନଏସୟୁଆଇ ପ୍ରାର୍ଥୀ ଆଶିଷ ଲାମ୍ବା ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।  ଯୁଗ୍ମ ସଚିବ ଭାବେ ଏବିଭିପିର ଶିବାଙ୍ଗୀ ନିର୍ବାଚିତ ହୋଇଛନ୍ତି। ଅକ୍ଷିତ ଅଗ୍ରେସନ କଲେଜର ଏବିଭିପି ଛାତ୍ର ନେତା ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏନଏସୟୁଆଇର ତେଚନା ତ୍ୟାଗୀଙ୍କୁ ୧୯ହଜାର ୩୯ଟି ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନରେ ବାମପନ୍ଥି ଛାତ୍ର ସଙ୍ଗଠନ ଆଇସାର ଛାତ୍ରନେତ୍ରୀ ଦାମିନୀ କାଇନ ଓ ଏଆଡିଏସଓର ରୋଶନୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ ହେଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇଛନ୍ତି। ଗତବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିକୁ ୩ଟି ପଦବୀ ପାଇଥିଲା। କଂଗ୍ରେସ ଗୋଟିଏ ପଦବୀ ପାଇ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା।

{"id":157125}

ସାଧାରଣତଃ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପି ଓ ଏନଏସୟୁଆଇ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହୋଇଥାଏ। ଚଳିତବର୍ଷ ମଧ୍ୟ ସେଇଆ ହୋଇଛି। ଛାତ୍ରଛାତ୍ରୀ ଅନ୍ୟ ଛାତ୍ରସଙ୍ଗଠନ ପ୍ରତି ସେମାନଙ୍କ ସମର୍ଥନ ଜଣାଇନାହାନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ଦେଶ ରାଜନୀତି ଲାଗି ଅହମ ସଙ୍କେତ ବୋଲି ବିଚାର କରାଯାଇଥାଏ। ଗୁରୁବାର ଏଥିଲାଗି ଭୋଟ ଗ୍ରହଣ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.