ଦଶହରା ଦିନ କରନ୍ତୁ ଏହି କାମ, ବର୍ଷସାରା ହେବ ନାହିଁ ଟଙ୍କାର ଅଭାବ

Published By : Prameya-News7 Bureau | October 15, 2021 IST

ନୂଆଦିଲ୍ଲୀ ୧୫/୧୦: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଜି ଦଶହରା କିମ୍ବା ବିଜୟା ଦଶମୀ ପର୍ବ ପାଳନ କରାଯାଉଛି। ପ୍ରତିବର୍ଷ ଆଶ୍ୱିନ ମାସର ଶୁକ୍ଳ ପକ୍ଷର ଦଶମୀ ତିଥିରେ ଦଶହରା ପାଳନ କରାଯାଏ। ଧାର୍ମିକ କଥା ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀ ରାମ ରାବଣଙ୍କୁ ବଦ୍ଧ କରିଥିଲେ। ସେହି ଦିନ ମା ଦୁର୍ଗା ମଧ୍ୟ ମହିଷାସୁରକୁ ବଦ୍ଧ କରିଥିଲେ। ଏହି ଦିନ ଭକ୍ତମାନେ ଦେବୀ ଦୁର୍ଗା ଏବଂ ଭଗବାନ ଶ୍ରୀ ରାମଙ୍କୁ ପୂଜା କରନ୍ତି। ଏହି ଦିନ ଦେବୀ ଦୁର୍ଗା ଏବଂ ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସକାରାତ୍ମକତା ଆସିଥାଏ। ଏହାଦ୍ୱାରା ଦଶହରା ଦିନ କିଛି କାମ କରିବା ଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଜୀବନରେ କଦାପି ଧନର ଅଭାବ ହୋଇନଥାଏ। ତେବେ ଚାଲନ୍ତୁ ଜାଣିବା ସେହି କାମ ବିଷୟରେ...

-ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦର୍ଶନ କରନ୍ତୁ। ଏହା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ନୀଳକଣ୍ଠ ପକ୍ଷୀ ଦର୍ଶନ କରିବା ଦ୍ୱାରା ବର୍ଷସାରା ଜୀବନ ଖୁସିରେ ରହିଥାଏ ଏବଂ ଧନର ଅଭାବ ରହିନଥାଏ।

-ଦଶହରା ଦିନ ଶାମି ଗଛକୁ ପୂଜା କରନ୍ତୁ। ଏହା ଘରେ ସୁଖ-ସମୃଦ୍ଧି ବୃଦ୍ଧି କରିଥାଏ।

- ଦଶହରା ଦିନ ଶାମି ବୃକ୍ଷ ରୋପଣ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ କାରଣ ଏହି ଦିନ କୁବେର ରାଜା ରଘୁଙ୍କୁ ସୁନା ମୁଦ୍ରା ଦେବା ପାଇଁ ଶାମି ଗଛର ପତ୍ରକୁ ସୁନା କରିଦେଇଥିଲେ। ସେଥିପାଇଁ ଦଶହରା ଦିନ ଅନେକ ଲୋକ ସୁନା ଦୋକାନରୁ ସୁନା ପତ୍ର କିଣନ୍ତି।

-ଦଶହରା ଦିନ ଅଳ୍ପ ବାଟ ହେଉ ପଛେ ଯାତ୍ରା କରନ୍ତୁ। କୁହାଯାଏ ଏହାଦ୍ୱାରା ବର୍ଷସାରା ଯାତ୍ରା କରିବାର କଷ୍ଟ ହୋଇନଥାଏ ଘରେ ଧନର ଅଭାବ ରହିନଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.