ଘରକୁ ଏକୁଟିଆ ଫେରିବାବେଳେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟୋ ଡ୍ରାଇଭର ଗିରଫ

Published By : Prameya-News7 Bureau | November 11, 2020 IST

ରାଉରକେଲା ୧୧। ୧୧: ଅନ୍ଧାରିଆ ରାସ୍ତାରେ ପୁଣି ଜଣେ ମହିଳା ଦୁଷ୍କର୍ମ କରିଥିବାର ଅଭିଯୋଗ । ରାଉରକେଲା ପ୍ଲାଣ୍ଟ ସାଇଟ ଥାନାର ଅଞ୍ଚଳରେ ଘଟିଛି ଘଟଣା । ଦୁଷ୍କର୍ମ ମାମଲାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ଏକ ଅଟୋ ଡ୍ରାଇଭର ବୋଲି ସୂଚନା ମିଳିଛି । ପୋଲିସ ଘଟଣା ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ପୀଡ଼ିତା ଜଣକ ଗୋପବନ୍ଧୁପାଲୀ ସ୍ଥିତ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲେ। ସମ୍ପର୍କୀୟଙ୍କ ଘରେ ବୁଲାବୁଲି କରି ନିଜ ଘରକୁ ଫେରୁଥିବା ବେଳେ ଜଣେ ଅଟୋ ଚାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ସମ୍ପର୍କୀୟଙ୍କ ଘରୁ ନିଜ ଘର ବନ୍ଧମୁଣ୍ଡା ଅଞ୍ଚଳକୁ ଯିବା ବେଳେ ଗୋପବନ୍ଧୁପାଲୀ ସ୍ଥିତ ଏକ ଅନ୍ଧାରିଆ ସ୍ଥାନରେ ଅଭିଯୁକ୍ତ ରିକି ପୀଡ଼ିତାଙ୍କୁ ଟଣାଓଟରା କରିଥିଲେ । ସେହି ସ୍ଥାନରେ ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଘଟଣାକୁ ନେଇ ପୀଡ଼ିତା ଜଣକ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲା । ପୁଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଇ ଏକ ମାମଲା ରୁଜୁ କରି ଜଣେ ଅଟୋ ଚାଳକକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.