Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲେ ବିବାହିତ ଯୁବକ

28/04/2021 at 11:17 AM

ରାଇରଙ୍ଗପୁର ୨୮।୦୪ : ଦୁଷ୍କର୍ମ ଅଭିଯୋଗରେ ବିବାହିତ ଯୁବକ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ଗୋରୁମହିଷାଣି ଥାନା ପୋଲିସ । ମୟୁରଭଞ୍ଜ ଜିଲ୍ଲା ଟାଙ୍ଗରଯୋଡ଼ା ଗାଁର ଘଟଣା । ଯାହାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଖବର ଅନୁଯାୟୀ, ବହଳଦା ଥାନା ଟାଙ୍ଗରଯୋଡ଼ା ଅଞ୍ଚଳର ଜଣେ ଯୁବକ ଗୋରୁମହିଷାଣୀ ଥାନା ଡଙ୍ଗାପାଣି ଅଞ୍ଚଳର ଜଣେ ଯୁବତୀକୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଯୁବକଙ୍କ ବିବାହ ପୂର୍ବରୁ ହୋଇଥିବା ଜାଣି ଯୁବତୀ ଜଣଙ୍କ ବିବାହ କରିବାକୁ ମନା କରିଦେଇଥିଲେ । ଯୁବତୀଙ୍କୁ ଯୁବକ ଜଣଙ୍କ ଜୋର ଜବରଦସ୍ତ ସାଙ୍ଗରେ ନେବାକୁ ଚେଷ୍ଟା କରିଥିଲେ । ଏଥିରେ ଅସଫଳ ହେବାପରେ  କଥାବାର୍ତ୍ତା ବାହାନାରେ ଘର ପାଖ ଜଙ୍ଗଲକୁ ନେଇଯାଇଥିଲେ ।  ଯୁବତୀଙ୍କ ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଥିଲା। ଏନେଇ ଝିଅର ପରିବାର ଲୋକେ ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଦୁଷ୍କର୍ମ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

   Related Posts