Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୩ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା, ୫ମାସ ପରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ : ମା’ କହିଲେ ‘ମୁଁ ବହୁତ ଖୁସି’

20/11/2020 at 12:05 PM

ଛିନ୍ଦଓ୍ବାଡା ୨୦।୧୧: ମଧ୍ୟପ୍ରଦେଶରେ ବହୁ ଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଛି । ଅମରଓ୍ବାଡା ଥାନା ଅଞ୍ଚଳରେ ଜମୁନିୟା ଗାଁରେ ୩ ବର୍ଷର ଶିଶୁ ସହ ଘଟିଥିଲା ଏଭଳି ନାରକୀୟ କାଣ୍ଡ । ଏହାପରେ ଘଟଣାକୁ ନେଇ ତୀବ୍ର ବିରୋଧ କରାଯାଇଥିଲା । ମଧ୍ୟପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହୋଇଥିଲା । ୫ ମାସ ମଧ୍ୟରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।

କରୋନା ମହାମାରୀ ସମୟରେ ପ୍ରତ୍ୟକ୍ଷ ଭାବେ ସାକ୍ଷ ଗ୍ରହଣ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଚାର କରାଯାଇଥିଲା । ଭାରତୀୟ ଦଣ୍ଡବିଧି ଧାରା ୩୬୩, ୩୬୬, ୩୭୬, ୩୦୨, ୧୨୦ ବି ଏବଂ ୩୪ ଆଧାରରେ ଅଭିଯୁକ୍ତ ରିତେଶ ଓରଫ ରୋଶନ ଧୁର୍ବେ ଏବଂ ଧନପାଲ ଉଇକେଙ୍କ ବିରୋଧରେ ଅମରଓ୍ବାଡା ପୋଲିସ ମାମଲା ଦାୟର କରିଥିଲା । ଏହାସହ ୧୭ ଜୁଲାଇ ୨୦୨୦ରେ ଏହି ମାମଲାରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଜମୁନିୟା ଗାଁରୁ ୩ବର୍ଷର ଶିଶୁକୁ ଅପହରଣ କରାଯାଇଥିଲା । ପୋଲିସ ଦୁଇ ଦିନ ପରେ ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଥିଲା । ତଦନ୍ତ ବେଳେ ଅମରଓ୍ବାଡା ପୋଲିସ ଜାଣିବାକୁ ପାଇଥିଲା ଯେ, ଶିଶୁଟିକୁ ଦୁଷ୍କର୍ମ କରାଯାଇଥିଲା । ଘଟଣାକୁ ଲୁଚାଇବା ପାଇଁ ଶିଶୁଟିକୁ ହତ୍ୟା କରାଯାଇଥିଲା । ଏବେ ଘଟଣାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଅଭିଯୁକ୍ତ ରିତେଶକୁ ଫାଶୀ ଦଣ୍ଡାଦେଶ ଏବଂ ସହଯୋଗୀ ଧନପାଲକୁ ୭ ବର୍ଷ ଆଜୀବନ କାରାଦଣ୍ଡ ଏବଂ ଜରିମନାରେ ଦଣ୍ଡିତ କରାଯାଇଛି । ମୃତ ଶିଶୁର ମା’ କହିଛନ୍ତି ‘ମୁଁ ବହୁତ ଖୁସି’ ।

   Related Posts