ନାବାଳିକାଙ୍କୁ ଭିଣୋଇର ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 07, 2020 IST

ଚୌଦ୍ୱାର ୦୭।୦୯: ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଆଦିବାସୀ ବହୁଳ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କର ସଂପର୍କୀୟ ଭିଣୋଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ କାଳନ୍ଦୀ ସିଧୁ(୨୫) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ନାବାଳିକା ଘରେ ଏକୁଟିଆ ଥିବାବେଳେ ତାଙ୍କ ସଂପର୍କୀୟ ଭିଣୋଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ନାବାଳିକା ଚିତ୍କାର କରିବାରୁ ପରିବାର ଲୋକେ ଚାଲିଆସିବାରୁ ସେ ସେଠାରୁ ଚମ୍ପଟ ମାରିଥିଲା । ଏନେଇ ନାବାଳିକାଙ୍କ ଭାଇ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ୧୦୭/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଆଇଆଇସି ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.