Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଚାଞ୍ଚଲ୍ୟ : ଡାକ୍ତରଖାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଅଟକ

4/03/2021 at 7:42 AM

ସମ୍ବଲପୁର ୦୪।୦୩: ସମ୍ବଲପୁରରେ ପୁଣି ଚାଞ୍ଚଲ୍ୟ । ବୁର୍ଲା ବଡ଼ ଡାକ୍ତରଖାନା ମଧ୍ୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ ।

ନାବାଳିକାର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ବୁର୍ଲା ପୋଲିସ ଏକ ମାମଲା ରୁଜୁ କରି ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ବିରୋଧରେ ଧାରା ୩୫୪ ଡି , ୫୦୬ ଏବଂ ୧୨ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ଝାରସୁଗୁଡାର ଜଣେ ବୃଦ୍ଧାଙ୍କୁ ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ନାତୀ ନାତୁଣି ମଧ୍ୟ ଡାକ୍ତରଖାନାକୁ ଆସିଥିଲେ ।

ଅନ୍ୟପଟେ ବୁର୍ଲାର ଜଣେ ମହିଳାଙ୍କୁ ସେହି ୱାର୍ଡରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସାଙ୍ଗରେ ମଧ୍ୟ ତାଙ୍କର ଜଣେ ସମ୍ପର୍କିୟ ୨୫ ବର୍ଷିୟ ଯୁବକ ମେଡିକାଲ ଆସିଥିଲେ । ସନ୍ଧ୍ୟାରେ ନାବାଳିକା ଜଣଙ୍କ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଯୁବକ ଜଣଙ୍କ ମହଜୁଦ ଥିଲେ । ନାବାଳିକାଙ୍କୁ ଖରାପ ଦୃଷ୍ଟିରେ ଯୁବକ ଜଣଙ୍କ ଦେଖିଥିବା ବେଳେ ଭୟରେ ନାବାଳିକା ଦୌଡି ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏପରିକି ନାବାଳିକାଙ୍କ ମାଆ ଯୁବକଙ୍କୁ ଗାଳିଗୁଲଜ କରିବାରୁ ତାଙ୍କୁ ମଧ୍ୟ ଧମକଚମକ ଦେଇଥିଲେ ଅଭିଯୁକ୍ତ ଯୁବକ । ତେବେ ବୁର୍ଲା ଡାକ୍ତର ଖାନା ଭଳି ସ୍ଥାନରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

   Related Posts