Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭାଇ-ଭଉଣୀଙ୍କୁ ଅପହରଣ ପରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୨ ଗିରଫ

6/09/2020 at 2:25 PM

ଜୟପୁର ୦୬।୦୯:  କୋରାପୁଟ ଜିଲ୍ଲା ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଭାଇ-ଭଉଣୀଙ୍କୁ ଅପହରଣ ପରେ ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଥାନାରେ ଅଭିଯୋଗ ପରେ ଆକ୍ସନ ମୋଡରେ ଆସିଛି ଜୟପୁର ପୋଲିସ ।

ମିଳିଥିବା ଖବରଅନୁଯାୟୀ, ଜଗଦଲପୁରରୁ ଭାଇ-ଭଉଣୀ ବିଶାଖାପାଟଣା ଯାଉଥିଲେ । କିନ୍ତୁ ଜୟପୁର ନିକଟରେ ଉଭୟଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ତେବେ କୌଶଳକ୍ରମେ ଯୁବତୀଜଣଙ୍କୁ ଘଟଣାସ୍ଥଳରୁ ଦୁର୍ବୃତ୍ତଙ୍କୁ ଚକମା ଦେଇ ଖସିଆସିଥିଲେ। ସେଠାରେ ଫେରି ପୋଲିସ ନିକଟରେ ସମସ୍ତ ଘଟଣାସଂପର୍କରେ ଅବଗତ କରାଇଥିଲା । ଜୟପୁର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଘଟଣାରେ ୨ ଦୁର୍ବୃତ୍ତଙ୍କୁ କାବୁ କରିଛି । ତେବେ ଯୁବତୀଙ୍କୁ ଅପରହରଣ ପରେ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି ।

   Related Posts