ମଦ ପିଆଇ ଯୁବତୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 01, 2021 IST

ବଲାଙ୍ଗୀର ୦୧।୧୦ : ଯୁବତୀଙ୍କୁ ଦୁଷ୍କର୍ମ ।  ବଲାଙ୍ଗିର ଜିଲ୍ଲାରେ ଜଣେ ଯୁବତୀଙ୍କୁ ମଦ ପିଆଇ ନିଶାଶକ୍ତ କରି ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲାରକଣ୍ଟାବାଞ୍ଜି ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି। ଅଭିଯୋଗ ପରେ ପୋଲିସ ମୁରିବାହାଲ ଥାନା ଡ଼ଙ୍ଗରପଡାର ଧୁବେଳେ ମାଝୀ ଓ ପୃଥିରାଜ ମାଝୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଯୁବକଦ୍ୱୟ ଜଣେ ଯୁବତୀଙ୍କୁ ମଦ ପିଆଇଥିଲେ । ପରେ ତାଙ୍କୁ ନିଶାସକ୍ତ ଅବସ୍ଥାରେ କଣ୍ଟାବାଞ୍ଜିରୁ ବଙ୍ଗୋମୁଣ୍ଡାରେ ଥିବା ପୁଞ୍ଜିପଥର ଜଙ୍ଗଲକୁ ଅପହରଣ କରିନେଇଥିଲେ । ସେଠାରେ ସେମାନେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଅଭିଯୋଗ ପାଇ ସ୍ଥାନୀୟ ପୋଲିସ ଅଧିକାରୀ ସତ୍ୟଜିତ କାନ୍ଦେନକେଲ ତଦନ୍ତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଯୁବତୀଙ୍କର ଡାକ୍ତରୀ ମାଇନା କରାଇଛନ୍ତି। ଗିରଫ ଯୁବକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଜଣା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.