ନିଶାଦେଇ ଯୁବତୀଙ୍କୁ ଦୁଷ୍କର୍ମ, ନିର୍ବନ୍ଧ ପରେ ଅଶ୍ଲୀଳ ଭିଡିଓ ଭାଇରାଲ କରିଦେଲା ଅଭିଯୁକ୍ତ

Published By : Prameya-News7 Bureau | March 07, 2021 IST

ନବରଙ୍ଗପୁର,୦୭/୦୩: ଯୁବତୀଙ୍କୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ । ଯୁବତୀଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ତାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କଲିଆପଦର ଗାଁରେ । ମାମଲାରେ ପୋଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତ ହେଲା ଉକ୍ତ ଗାଁର କେଶନାଥ ଗଣ୍ଡ ।

ସୂଚନା ଅନୁସାରେ, ଗତ ଜାନୁଆରୀରେ ଏହି ଘଟଣା ଘଟିଥିଲା । ଯୁବତୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ କେଶନାଥ ତାଙ୍କ ଘରେ ପଶି ଯୁବତୀଙ୍କ ସହ କଥା ହେବା ପରେ ସେ କିଛି ଖାଦ୍ୟ ଖାଇବାକୁ ଦେଇଥିଲା। ଯୁବତୀ ଜଣକ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ ।

ଏହାର ସୁଯୋଗ ନେଇ କେଶନାଥ ତାଙ୍କୁ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିଥିଲା । କିଛି ଦିନ ତଳେ ଯୁବତୀଙ୍କର ଅନ୍ୟ ଜଣଙ୍କ ସହ ବିବାହ ନିର୍ବନ୍ଧ ହୋଇଥିଲା । ଏହା ଜାଣିବା ପରେ କେଶନାଥ ଯୁବତୀଙ୍କୁ ଧମକ ଦେବା ସହ ଅଶ୍ଳୀଳ ଭିଡିଓକୁ ଭାଇରାଲ କରିଥିଲା । ପୋଲିସ କେଶନାଥକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.