ଦଳିତ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ : ବିଜେପି ମନ୍ତ୍ରୀ,ସରପଞ୍ଚ ଏବଂ ସହଯୋଗୀଙ୍କ ନାମରେ ଏତଲା

Published By : Prameya-News7 Bureau | February 29, 2020 IST

ରାଜକୋଟ ୨୯/୨: ଗୁଜୁରାଟର କୋଟାରେ ଏକ ଦଳିତ ଯୁବତୀଙ୍କୁ ଅପହରଣ କରି ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା ଘଟଣା ସାମନାକୁ ଆସିଛି। ଯୁବତୀ ଭାଜପା ନେତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ ଆଟ୍ରୋସିଟି ଆକ୍ଟ ଏବଂ ଅନ୍ୟାନ୍ୟ ଧାରାରେ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାଟି ଘଟିଛି ରାଜକୋଟର କୋଟଡ଼ାର ସାଙ୍ଗଣୀ ଥାନା ଅଞ୍ଚଳରେ।

କୋଟଡ଼ାର ସାଙ୍ଗଣୀ ଥାନା ଅଞ୍ଚଳର ଜଣେ ୧୯ବର୍ଷ ବୟସ୍କା ଯୁବତୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କାରରୁ ଅପହରଣ କରି ବନ୍ଧୁକ ଦେଖାଇ ଦୁଷ୍କର୍ମ କରାଯାଇଛି। ସରପଞ୍ଚଙ୍କ ପୁଅ ଏବଂ ଭାଜପାର ପୂର୍ବତନ ମନ୍ତ୍ରୀ ଅମିତ ପାଡ଼ାରିଆ ସମେତ ୩ଜଣ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଅଭିତ ପାଡ଼ାରିଆ,ଶାନ୍ତି ପାଡ଼ାରିଆ ଏବଂ ବିପୁଳ ସେଖଡ଼ା ବିରୋଧରେ ମାମଲା ରୁଜୁ କରିଛି।

ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି। ଏଥିରେ ଗଣଦୁଷ୍କର୍ମ ହୋଇଥିବାର ସ୍ପଷ୍ଟ ହୋଇଛି।

ଅଭିଯୁକ୍ତ ଅମିତ ପାଡ଼ାରିଆ ଭାଜପାର ପୂର୍ବତନ ମନ୍ତ୍ରୀ। ତାଙ୍କ ମାଆ ଗାଁର ସରପଞ୍ଚ। ଅମିତ ତାଙ୍କୁ ସବୁବେଳେ ଧମକ ଦେଉଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ତାଙ୍କ ବନ୍ଧୁ। ୩ଜଣଙ୍କୁ ଗିରଫ କରିବା ଲାଗି ଟିମ୍ ଗଠିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.