ଜଘନ୍ୟ : କାରରେ ମହିଳାଙ୍କୁ ଦୁଷ୍କର୍ମ କରୁଥିଲା ମାଲିକ, ଗାଡି ଚଳାଉଥିଲା ଡ୍ରାଇଭର, ଉଭୟ ଗିରଫ

Published By : Prameya-News7 Bureau | February 23, 2021 IST

ଗ୍ୱାଲିୟର,୨୩/୦୨: କାରରେ ମହିଳାଙ୍କୁ ଦୁଷ୍କର୍ମ । ଗାଡି ଚଳାଉଥିଲେ ଡ୍ରାଇଭର । ମହିଳା ଯେତେ ପାଟି କଲେ ବି କେହି ସାହାଯ୍ୟ କରିବାକୁ ନଥିଲେ । ଏପରିକି ବ୍ୟକ୍ତି ଜଣଙ୍କ ଏକ ହୋଟେଲକୁ ନେଇ ମଧ୍ୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟରରେ । ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ଗ୍ୱାଲିୟର ଜିଲ୍ଲାର କୁଲୈଥ ଗ୍ରମର ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ । ସେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଏହାସହ ବ୍ୟକ୍ତିଙ୍କ ଡ୍ରାଇଭରଙ୍କ ନାଁରେ ମଧ୍ୟ ଏହି ପାଶବିକ କାଣ୍ଡରେ ସହଯୋଗ କରିଥିବାରୁ ଅଭିଯୋଗ କରିଛନ୍ତି ।

ମହିଳାଜଣଙ୍କ କହିଛନ୍ତି ଯେ, ରାମବାବୁ ଗୁର୍ଜର ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି । ସେ ତାଙ୍କୁ ଫ୍ୟାକ୍ଟ୍ରିରେ କାମ ଦେବାକୁ କହି ଗ୍ୱାଲିୟର ଚିଡିଆଖାନା ପାଖରୁ ଟାଭେରା କାରରେ ନେଇଯାଇଥିଲା । କାରରେ ହିଁ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଏହି ସମୟରେ ଡ୍ରାଇଭର ଗାଡି ଚଲାଉଥିଲେ । ଏହାପରେ ରାମବାବୁ ଏକ ହୋଟେଲକୁ ନେଇ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ ।

ମହିଳାଜଣଙ୍କ ଥାନାରେ ପହଁଚି ଏଫଆଇଆର ଦେଇଥିଲେ । ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସି ରାମବାବୁ ରାମବାବୁ ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିଛି । କ୍ରାଇମ ବ୍ରାଞ୍ଚ ଡିଏସପି ବିଜୟ ଭଦୌରିଆ କହିଛନ୍ତି ଯେ, ସୋମବାର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ । ତାଙ୍କୁ କାରରେ ଦୁଷ୍କର୍ମ କରାଯାଇଥିଲା । ପରେ ଏକ ହୋଟେଲରେ ମଧ୍ୟ ସେ ଦୁଷ୍କର୍ମର ଶିକାର ହୋଇଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ଉଭୟ ରାମବାବୁ ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.