ନ୍ୟାୟ ପାଇବା ଆଶାରେ ଧାଇଁ ଆସିଥିଲେ ପୀଡିତା: ଆରମ୍ଭ ହେଲା ପ୍ରସବ ଯନ୍ତ୍ରଣା, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ନାବାଳିକା

Published By : Prameya-News7 Bureau | November 16, 2020 IST

ଭଦ୍ରକ୧୬/୧୧: ନ୍ୟାୟ ପାଇବା ଆଶାରେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିବା ଗର୍ଭବତୀ ନାବାଳିକା ଜଣେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଦୁଷ୍କର୍ମର ଶିକାର ହେବା ପରେ ପୀଡିତା ସ୍ଥାନୀୟ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ହେଲେ ଅଭିଯୁକ୍ତଙ୍କ ବିରୋଧରେ ସ୍ଥାନୀୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ତେଣୁ ବାଧ୍ୟ ହୋଇ ପୀଡିତା ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠାରେ ପୀଡିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଭଦ୍ରକ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନାଥାଉକି ମାଆଙ୍କ ମୃତ୍ୟୁ ପରେ ବାପା ଦ୍ଵିତୀୟ ବିବାହ କରିଥିଲେ। ସାବତ ମାଆଙ୍କ ପାଖରେ ପୀଡିତା ରହୁଥିଲେ। ବାହାରେ ରହିବ ପୀଡିତାଙ୍କ ବାପା କାମ କରନ୍ତି। ଏହାର ସୁଯୋଗ ନେଇ ସ୍ଥାନୀୟ ଦୁଇ ଯୁବକଙ୍କ ଦ୍ଵାରା ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଘରୁକୁ ଫେରିବା ପରେ ଝିଅ ଗର୍ଭବତୀ ହୋଇଥିବା ପୀଡିତାଙ୍କ ବାପା ଜାଣି ପାରିଥିଲେ। ସାବତ ମାଆର ପ୍ରରୋଚନାରେ ସ୍ଥାନୀୟ ୨ ଜଣ ଯୁବକ ଏମିତି କରିଥିବା ପୀଡିତାଙ୍କ ବାପା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ।

ତେଣୁ ସ୍ଥାନୀୟ ତିହିଡି ଥାନାରେ ପୀଡିତା ଏବଂ ତାଙ୍କ ବାପା ଅଭିଯୋଗ କରିଥିଲେ। ହେଲେ ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପୀଡିତା ଅଭିଯୋଗ କରିଥିଲେ। ଶେଷରେ ବାଧ୍ୟ ହୋଇ ସେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠାରେ ପହଞ୍ଚିବା ପରେ ପୀଡିତାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ନାବାଳିକାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପୀଡିତା ଜଣେକ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.