Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସାତବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ! ତଣ୍ଟି ଚିପି ଫୋପାଡିଦେଲେ ଦୁର୍ବୁତ୍ତ

12/03/2020 at 3:39 PM

ଉନ୍ନାଓ ୧୨।୦୩ :  ଉନ୍ନାଓ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସାତ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରାଯାଇଥିବାର ଜଣାପଡିଛି । ତେବେ ଗାଁ ନିକଟରୁ ନାବାଳିକାକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କାନ୍‌ପୁର ମେଡିକାକୁ ସ୍ଥାନାନ୍ତିରତ କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ଦତନ୍ତ ପାଇଁ ଚାରୋଟି ଟିମ୍‌ ଗଠନ କରାଯାଇଛି । ସ୍ଥାନୀୟ ଏସ୍‌ପି ମଧ୍ୟ ତଦନ୍ତ ଉପରେ ନଜର ରଖିଛନ୍ତି । ସେପଟେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପଚାରଉଚରା କରାଯାଉଥିବାର ସୂଚନା ମିଳିଛି ।

ବିହାର ଥାନା ଅଞ୍ଚଳରେ ହୋଲି ଦିନଏକ ଗ୍ରାମରେ ଟୋଲି ଭ୍ରମଣ କାର୍ଯ୍ୟକ୍ରମ ହେଉଥିଲା । ଏହି ଟୋଲି ଭ୍ରମଣ କାର୍ଯ୍ୟକ୍ରମରେ ସମସ୍ତ ବ୍ୟସ୍ତ ରହୁଥିଲେ । ତେବେ ନାବାଳିକା ଜଣଙ୍କ ପାଣି ପିଇବାକୁ ଯାଇଥିଲା । ନିକଟରେ ଥିବା ନଳକୂପରୁ ପାଣି ପିଇବାକୁ ବାପାଙ୍କ କହିଥିଲା । କିନ୍ତୁ ଘଟଣାର କିଛି ସମୟ ପରେ ନାବାଳିକା ଜଣଙ୍କ ଫେରିଲା ନାହିଁ । ଯାହାଦ୍ବାରା କି ବାପା ବ୍ୟସ୍ତ ହୋଇ ନିଜ ଝିଅକୁ ଖୋଜାଖୋଜି ଆରମ୍ଭ କରିଥିଲେ । ଦୀର୍ଘ ଏକ ଘଣ୍ଟା ଧରି ଖୋଜା ଖୋଜି କରିବା ପରେ ନାବାଳିକାର କୌଣସି ପତ୍ତା ମିଳିନଥିଲା । ପରେ  ଗାଁ ଠାରୁ ୪୦୦ମିଟର ଦୂରରେ ଥିବା ଏକ ସ୍କୁଲ ପଛପଟୁ ଅଚେତ ଅବସ୍ଥାରେ ନାବାଳିକା ପଡିଥିବାର ଗ୍ରାମବାସୀମାନେ ଦେଖିଥିଲେ । ଗ୍ରାମବାସୀମାନେ ତୁରନ୍ତ  ପୋଲିସକୁ ଖବର ଦେଇଥିଲେ ।

ପୋଲିସ ନାବାଳିକାକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ କାନ୍‌ପୁର ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଝିଅକୁ ଦୁଷ୍କର୍ମ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଚାରୋଟି ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଜାରି ରଖିଛି । ନିଜେ ଏସ୍‌ପି ଘଟଣା ଉପରେ ନଜର ରଖଛନ୍ତି । ତେବେ ଘଟଣାରେ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ସୂଚନା ରହିଛି ।

   Related Posts