ନାବାଳକକୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଅଭିଯୋଗ କଲେ ପରିବାର

Published By : Prameya-News7 Bureau | January 31, 2020 IST

ଖୋର୍ଦ୍ଧା ୩୧।୧: ନାବାଳକଙ୍କୁ ଦୁଷ୍କର୍ମ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଦୁଇ ମାସ ତଳୁ ଘଟଣାଟି ଘଟିଥିଲେ ମଧ୍ୟ ଭୟରେ ଥିଲେ ପରିବାର ଲୋକେ । ପରିବାର ପକ୍ଷରୁ ଏନେଇ ବାଣପୁର ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ପୀଡିତଙ୍କ ଗାଁର ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଛାଡି ଦେଇଛି । ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି । ତେବେ ଘଟଣାକୁ ଚପାଇ ଦେବାକୁ ଗାଁ ଲୋକେ ବାଧ୍ୟ କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁତର ଅବସ୍ଥାରେ ବର୍ତ୍ତମାନ ନାବାଳକ ଜଣଙ୍କ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.