ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

Published By : Prameya-News7 Bureau | June 30, 2020 IST

ଜଳେଶ୍ବର୩୦/୬: ଗତକାଲି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌଖୁଖ ଗ୍ରାମର ଏକ ଅଘଟଣ ଘଟିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ୨ଟା ୩୦ ମିନିଟରେ ସମୟରେ ଚଉମୁଖ ଗ୍ରାମର  ଏକ ପାନ ବର୍ଜ ପଛପଟ ମହିଳାଙ୍କ  ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ସୁନାଲି ପାତ୍ର। ତାଙ୍କ ବୟସ ୨୩ ବର୍ଷ।

ମିଳିଥିବା ସୂଚନା ଅନୁସାରେ  ସୋନାଲି ସକାଳ ୮ଟା ସମୟରେ ଘରୁ ପାନ ବର୍ଜକୁ  ପାଣି  ମଡ଼ାଇବାକୁ  ଯାଇଥିଲେ। ମାତ୍ର ଦିନ ୨ଟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରି ଥିଲେ ।ବହୁ ଖୋଜାଖୋଜି ପରେ ସୁନାଲିର ମୃତ ଦେହ ପାନ ବର୍ଜ ପଛପଟୁ ବାଲି ତଳୁ ପରିବାର ସହିତ ଗ୍ରାମବାସୀ ମାନେ ଉଦ୍ଧାର କରି ବାଲିଆପାଳ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଁଞ୍ଚି ଶବକୁ ଜବତ କରିବା ସହିତ ସନ୍ଦେହରେ ଜଣକୁ ଅଟକ କରିଛି। ଅଟକ ଯୁବକ ସେହି ଗାଁର ମହେଶ୍ୱର ବେହେରା। ସୋନାଲିଙ୍କୁ ଦୁଷ୍କର୍ମ ପରେ ତାଙ୍କୁ  ହତ୍ୟା କରିଥିବା ଉକ୍ତ ଯୁବକ ପୋଲିସ୍ ସାମ୍ନାରେ ସ୍ବୀକାର କରିଛି। ଏ ସଂପର୍କରେ ପାଳିଆପାଳ ପୋଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ମୃତ ମହିଳାଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.