Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଢାବାରେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ : ପ୍ରତିବାଦ କରିବାକୁ ସ୍ୱାମୀଙ୍କୁ ଚାକିରିରୁ ବିଦା କରିବାକୁ ଧମକ, ମ୍ୟାନେଜର ଗିରଫ

28/10/2020 at 12:01 PM

ଭୁବନେଶ୍ୱର୨୮।୧୦: ପ୍ରତିବାଦ କରିବାରୁ ଚାକିରିରୁ ତଡିଦେବାକୁ ଧମକ । ଢାବା ମ୍ୟାନେଜର ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ କଲେ, ସେହି ଢାବାରେ କାମ କରୁଥିବା ସ୍ୱାମୀ ବିରୋଧ କରିବାରୁ ତାଙ୍କୁ ଚାକିରିରୁ ତଡ଼ିବାକୁ ଧମକ ଦେଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏକ ଢାବାରେ ଏମିତି ଘଟଣା ଘଟିଛି । ଅଭିଯୋଗ ଆଧାରରେ କ୍ୟାପିଟାଲ ଥାନା ପୁଲିସ୍‌ ଉକ୍ତ ଢାବାର ମ୍ୟାନେଜର୍‌ ସୁକାନ୍ତ ନାୟକକୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଖବର ଅନୁଯାୟୀ, ସୁକାନ୍ତଙ୍କ ଘର ୟୁନିଟ୍‌-୩ ଅଞ୍ଚଳରେ । ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏହି ଢାବାରେ ଏକ ଗରିବ ଦମ୍ପତି କାମ କରନ୍ତି । ସେଠାରେ ସୁକାନ୍ତ ମ୍ୟାନେଜର ଅଛନ୍ତି । କାମ କରୁଥିବା ମହିଳାଙ୍କ ଉପରେ ଦୀର୍ଘ ଦିନ ଧରି ଲୋଲୁପ ଦୃଷ୍ଟି ପକାଇଥିଲେ ସୁକାନ୍ତ । ଗତ ଶନିବାର ସନ୍ଧ୍ୟାରେ ଢାବାରେ କେହି ନଥିବା ସୁଯୋଗରେ ସୁକାନ୍ତ ମହିଳାଙ୍କୁ ଢାବାକୁ ଡାକିଥିଲେ । ସେଠାରେ ତାଙ୍କୁ ଟଣାଓଟରା କରିବା ସହ ବଳାତ୍କାର କରିଥିଲେ । ଏ ଘଟଣା ସଂପର୍କରେ ମହିଳା ଜଣଙ୍କ ସ୍ୱାମୀଙ୍କୁ କହିଥିଲେ । ସୁକାନ୍ତଙ୍କୁ ଭେଟି ସ୍ୱାମୀ ପ୍ରତିବାଦ କରିଥିଲେ । ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ସୁକାନ୍ତଙ୍କୁ ଚେତାବନୀ ଦେଇଥିଲେ । ଏହାକୁ ନେଇ ସୁକାନ୍ତ ଢାବା ଭିତରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଧମକାଇ କହିଥିଲେ ପୁଲିସକୁ ଜଣାଇଲେ ତୋ ଚାକିରି ଯିବ ।

ଗରିବ ଦମ୍ପତିଙ୍କ ପାଖରେ ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଉଭୟେ ଚୁପ୍‌ ରହିଥିଲେ । ସୁକାନ୍ତ କିଛି ଅସାମାଜିକ ବ୍ୟକ୍ତିଙ୍କ ସହାୟତାରେ ଉଭୟଙ୍କୁ ଢାବାରେ ଏକରକମ ପଣବନ୍ଦୀ କରି ରଖିଥିଲେ । ଏମିତିକି ଅଭିଯୋଗ ପାଇଁ ଥାନାକୁ ଯିବା ପାଇଁ ସୁଯୋଗ ଦେଇନଥିଲେ । କୌଶଳକ୍ରମେ ସ୍ୱାମୀ ଖସିଯାଇ ଥାନାରେ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସ ସୁକାନ୍ତକୁ ଗିରଫ କରିଛି । ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ସହ ଡାକ୍ତରୀମାଇନା କରାଯାଇଛି । ପୁଲିସ୍‌ କହିଛି, ଏହି ଢାବାରେ ସବୁଦିନ ସନ୍ଧ୍ୟାରେ ଭିଡ଼ ଜମିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିଲା । ଅସାମାଜିକ ବ୍ୟକ୍ତିଙ୍କ ଖଟି ଚାଲୁଥିଲା । ପୂର୍ବରୁ ପୁଲିସ ଏକାଧିକ ଥର ଏହି ଢାବା ଉପରେ ଚଢ଼ଉ କରି ଏହାକୁ ବନ୍ଦ କରିଥିଲା ।

   Related Posts