ବର୍ବରତାର ସବୁ ସୀମା ଟପିଲେ‌, ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଲୁହା ରଡ଼

Published By : Prameya-News7 Bureau | January 13, 2021 IST

ଭୋପାଳ ୧୩।୦୧: ଦିନକୁ ଦିନ ବଢ଼ିବାରେ ଲାଗିଛି ହତ୍ୟା,ଗଣଦୁଷ୍କର୍ମ ଭଳି ଅମାନବୀୟ କାଣ୍ଡ। ସରକାର ଯେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପରେ ମଧ୍ୟ ଥମୁନି ଏଭଳି ବର୍ବର କାଣ୍ଡ। ଉତ୍ତର ପ୍ରଦେଶ ପରେ ଏବେ ମଧ୍ୟପ୍ରଦେଶରୁ ଆସିଛି ଲୋମାଟାଙ୍କୁରା ବିଭତ୍ସ କାଣ୍ଡ। ନୃଶଂସର ସମସ୍ତ ସୀମା ଟପିଲେ ଦୁଷ୍କର୍ମକାରୀ । ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ସହ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦେଇଛନ୍ତି । ଯାହାପରେ ମହିଳାଜଣଙ୍କ ଗୁରୁତର ହୋଇଛନ୍ତି । ପ୍ରବଳ ରକ୍ତସାବ ଲାଗି ମହିଳାଙ୍କ ଅବସ୍ଥା ଗୁରୁତର ହୋଇଛି। ଜିଲ୍ଲା ମେଡିକାଲରେ  ଏବ ମୃତ୍ୟୁ ସହିତ ଲଢେଇ ଜାରି ରଖିଛନ୍ତି । ପୋଲିସ ଘଟଣାରେ ମାମଲା ରୁଜୁ କରି ଛାନ୍‌ଭିନ୍‌ ଜାରି ରଖିଛି । ଏପରିକି କିଛି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି ।

ଖବର ଅନୁଯାୟୀ, ଶନିବାର ଦିନ ରାତି ସମୟରେ କିଛି ଯୁବକ ଏହି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି  । ୪ବର୍ଷ ତଳେ ନିଜ ସ୍ୱାମୀଙ୍କ ହରାଇ ମହିଳାଜଣଙ୍କ ଏକ ଦୋକାନ କରି ଚଳୁଥିଲେ । ନିଜର ୨ଟି ଝିଅଙ୍କ ସହ ଏକ ଚାଳ ଘରେ ରହୁଥିଲେ । ଦୋକାନାରୁ ଯାହା କିଛି ସଂଗ୍ରହ କରନ୍ତି, ସେଥିରେ ନିଜର ପରିବାର ପ୍ରତିପୋଷଣ କରନ୍ତି ।

{"id":391555,"sizeSlug":"large","linkDestination":"none"}
https://mp.punjabkesari.in/

ଶନିବାର ରାତିରେ ଗାଁର ୩ଜଣ ଯୁବକ ପାଣି ପିଇବା ବାହାନାରେ ଆସିଥିଲେ । ମହିଳାଜଣଙ୍କ ପାଣି ପାଇଁ ମନା କରିଥିଲେ କିନ୍ତୁ ଯୁବକମାନେ କବାଟ ଭାଙ୍ଗି ଘରେ ପଶିଯାଇଥିଲେ । ମହିଳା ଜଣଙ୍କ ଖୁବ୍‌ ଜୋରରେ ପାଟି କରିଥିଲେ , ହେଲେ କେହି ବି ଆହା କରିନଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏହାସହିତ ବର୍ବରତାର ସମସ୍ତ ସୀମା ଟପିଯାଇଥିଲେ ଅଭିଯୁକ୍ତ । ଗଣଦୁଷ୍କର୍ମ କରିବା ସହ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରିଦେଇଥିଲେ ଅଭିଯୁକ୍ତ ।

ଯାହାପରେ କି ମହିଳାଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା । ମହିଳା ଜଣଙ୍କ ଲହୁଲୁହାଣ ହୋଇଯାଇଥିଲେ । ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ , ପରେ ତାଙ୍କୁ ସଂଜୟ ଗାନ୍ଧୀ ମେଡିକାଲକୁ ରେଫ୍‌ର କରାଯାଇଛି । ସ୍ଥାନୀୟ ପ୍ରଶାସନର ନଜରରେ ରଖାଯାଇଛି । ଜୀବନ ସହିତ ଲଢେଇ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.