Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବିବାହିତ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା : ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ

8/01/2021 at 1:48 PM

ବାରିପଦା ୦୮।୦୧ : ବିବାହିତ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବାର ସୂଚନା ରହିଛି । ଯାହାର ବୟସ ପ୍ରାୟ ୧୭ବର୍ଷ ହେବ ବୋଲି ସୂଚନା ରହିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ଗତ ୫ତାରିଖରେ ବାରିପଦା ସଦର ଥାନା ରାଜାବସା ନିକଟରେ ଥିବା ବାଉରା ଗାଁରେ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ଜଣେ ବିବାହିତ ମହିଳାଙ୍କୁ ସଂଧ୍ୟା ସମୟରେ ଏକ ଟାଟା ଏସିଇରେ ୪ଜଣ ଅଭିଯୁକ୍ତ ଉଠାଇ ନେଇଥିଲେ । ଏବଂ ଏହାପରେ ମହିଳାଙ୍କୁ ତଖତପୁର ଆରଏମ୍‌ସି ମାର୍କେଟ ପଡିଆରେ ଗଣଦୁଷ୍କର୍ମ କରିଥିଲେ । ଯାହାକୁ ନେଇ ଟାଉନ ଥାନାରେ ପୀଡିତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏନେଇ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା କାଳିକାପୁରର ରାଜୁ ସିଂ(୩୦), ତଖତପୁର କାହ୍ନା ନାଏକ (୨୪), ମୁନ୍ନା ହାଁସଦାଃ(୧୯) ଏବଂ ଜଣେ ନାବାଳକ ଯାହାର ବୟସ ୧୭ବର୍ଷ । ଏହାସହିତ ଦୁଷ୍କର୍ମରେ ବ୍ୟବହୃତ ଟାଟା ଏସିଇ ଗାଡିକୁ ମଧ୍ୟ ପୋଲିସ ଜବତ କରିଛି । ସେପଟେ ପୀଡିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଛି । ଉକ୍ତ ବୟାନକୁ ମଧ୍ୟ ଭିଡିଓଗ୍ରାଫି କରାଯାଇଛି । ସେହିପରି ପୀଡିତାଙ୍କୁ ନିକଟସ୍ଥ ପିଆରଏମ୍‌ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି  ।

   Related Posts