Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଯୌନାନ୍ଧ ଜ୍ୱାଇଁର ଜୁଲମ୍‌ : ଜଙ୍ଗଲରେ ଶାଶୂ-ଶାଳୀକୁ କଲା ଦୁଷ୍କର୍ମ, ଶାଳୀକୁ ହାଣି ୨ଶହ ଫୁଟ ତଳକୁ ଫିଙ୍ଗିଲା

7/06/2021 at 11:46 AM

ବଡ଼ବିଲ ୦୭।୦୬ : ମନରେ ଥିଲା ମନ୍ଦ ଉଦ୍ଦେଶ୍ୟ । ଛତୁ ତୋଳିବା ବାହାନାରେ ଶାଳୀକୁ ଜଙ୍ଗଲକୁ ଡାକିନେଲା ଭିଣୋଇ, ସାଙ୍ଗରେ ଯାଇଥିଲା ଥିଲା ଶାଶୂ।ଜଙ୍ଗଲରେ ପହଞ୍ଚିଲା ପରେ ଜ୍ବାଇଁ ଭୁଲି ଗଲା ସମ୍ପର୍କ। ଜଙ୍ଗଲରେ ଶାଳୀକୁ ଦୁଷ୍କର୍ମ କରିଥିଲା । ବିରୋଧ କରିବାରୁ ଶାଶୂ ବି ରାକ୍ଷସ ଜ୍ବାଇଁର କାମୁକ ଜ୍ବାଳାରୁ ବଞ୍ଚିପାରିନଥିଲା। ଜଙ୍ଗଲରେ ଉଭୟ ଶାଳୀ ଓ ଶାଶୂକୁ ଦୁଷ୍କର୍ମ କରିଥିଲା ଜ୍ୱାଇଁ । ଏହା ପରେ କଥା ଚପାଇଦେବା ପାଇଁ ହତ୍ୟା ଉଦ୍ୟମ କରିଥିଲା। ଏହି ସଂଘର୍ଷ ମଧ୍ୟରେ ଶାଶୂ କଳେ ବଳେ କୌଶଳେ ଖସିଯାଇଥିଲେ , ହେଲେ ଶାଳୀକୁ ଟାଙ୍ଗିଆରେ ହାଣି ଜଙ୍ଗଲରେ ଫିଙ୍ଗି ଦେଇଥିଲା ଜ୍ବାଇଁ ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବଡବିଲ ବଲାଣୀ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଶାଶୂ ଓ ଶାଳୀ ସହ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଜଘନ୍ୟ ଅପରାଧ ଘଟାଇଛି ଜ୍ବାଇଁ । ଜଙ୍ଗଲରେ ଶାଶୁଙ୍କୁ ବାନ୍ଧି ଶାଳୀକୁ ଦୁଷ୍କର୍ମ ପରେ ଟାଙ୍ଗିଆରେ ହାଣି ହତ୍ୟା କରିଛି ଭିଣୋଇ । ପରେ ଶାଶୁଙ୍କୁ ଦୁଷ୍କର୍ମ କରିଥିଲା ଜ୍ବାଇଁ । ଶାଳୀର ମୃତଦେହକୁ ଘୋଷାରି ନେଇ ୨ଶହ ଫୁଟ ଖାଇରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଚତୁରତାର ସହ ଜଙ୍ଗଲରୁ ଖସିଆସିଥିଲେ ପୀଡିତା ଶାଶୁ । ଗତକାଲି ମଧ୍ୟାହ୍ଣରେ ଏହି ଘଟଣା ଘଟିଥିଲା । ଜଘନ୍ୟ କାଣ୍ଡ ଘଟାଇ ଅଭିଯୁକ୍ତ ଜ୍ବାଇଁ ରୂପସିଂ ସିଦ୍ଧୁ ଫେରାର୍ ହୋଇଯାଇଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ୍ । ମୃତକ ଏବଂ ଅପରାଧ ଘଟାଇଥିବା ବ୍ୟକ୍ତି ଝାଡଖଣ୍ଡ କିରିବୁରୁ ଅଞ୍ଚଳର । ଘଟଣାକୁ ନେଇ ତନାଘନା ଜାରି ରଖିଛି ପୋଲିସ୍ ।

   Related Posts