ଭାଇକୁ ମାଡ ମାରି ଭଉଣୀକୁ ପଲସରରେ ଉଠାଇନେଲେ ୨ ଯୁବକ, ନିଛାଟିଆ ସ୍ଥାନରେ କଲେ ଦୁଷ୍କର୍ମ

Published By : Prameya-News7 Bureau | January 19, 2021 IST

ନୀଳଗିରି,୧୮/୧: ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଅଂଚଳରେ ଲଜ୍ଜା। ଏଠାରେ ଭାଇକୁ ମାଡ଼ ମାରି କଳାପଲସର ଦୁଇ ଜଣ ଯୁବକ ଜଣେ ନାବାଳିକା ଉଠାଇନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସୋମବାର ସନ୍ଧ୍ୟା ୬ଟାରେ ଘଟିଛି।

ସୂଚନାଅନୁସାରେ, ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଏକ ଗାଁର ଜୈନିକ ନାବାଳିକା  ନୀଳଗିରି ଅଂଚଳରେ ପିଉସୀ ଘରକୁ ବୁଲିବାକୁ ଆସିଥିଲେ। ସୋମବାର ସନ୍ଧ୍ୟା ୬ଟା ସମୟରେ ଏକ ବାଇକରେ ସେ ତାଙ୍କ ପିଉସୀ ପୁଅ ଭାଇଙ୍କ ସହିତ ଭଉଣୀ ଘରକୁ ଯାଉଥିଲେ। କଣ୍ଟିଆଠିକର ଛକରେ ଦୁଇଜଣ ଅଜଣା ଯୁବକ କଳା ପଲସରରେ ଆସି ତାଙ୍କ ଭାଇଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରି ଟଙ୍କାମାଗିଥିଲେ। ଝିଅ ଜଣକ କିଏ ପଚାରିବା ସହ ଆଧାର କାର୍ଡ ମାଗିଥିଲେ।ଏହାପରେ ନାବାଳିକା ବେକରେ ଵନ୍ଧୁକ ଓ ଧାରୁଆ ଅସ୍ତ୍ର ଲଗାଇ ତାଙ୍କୁ ବାଇକରେ ଉଠାଇ ନେଇଥିଲେ।

ନବାଳିକାଙ୍କୁ ପଞ୍ଚଲିଙ୍ଗେଶ୍ୱର ନିକଟରେ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ସେ କୌଣସି ପ୍ରକାର ଦୁଷ୍କର୍ମକାରୀ ଠାରୁ ଖସି ଆସିଥିବା ବେଳେ  ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ଏକ ହୋଟେଲ ପାଖରେ ରଖିଥିଲେ।ସମସ୍ତ ଘଟଣା ତାଙ୍କ ଠାରୁ ବୁଝିବା ପରେ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ଏହାପରେ ନାବାଳିକାଙ୍କୁ ନୀଳଗିରି ଥାନାରେ ଜିମା ଦିଆଯାଇଛି।

ଏନେଇ ନୀଳଗିରି ଥାନା ଅଧିକାରୀ ପ୍ରଭଞ୍ଜନ ବେହେରା ଆହତ ଭାଇଙ୍କୁ ନେଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।  ନୀଳଗିରି ଥାନାରେ  ଲିଖିତ ଅଭିଯୋଗ ଦିଆଯିବା ପରେ ୨୮ ନମ୍ବର କେସ୍ ରୁଜୁ ହୋଇଥିବା ଜଣାପଡିଛି। ସନ୍ଧ୍ୟାରେ ଏଭଳି ଘଟଣା ଘଟିବା ପରେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଦିନକୁ ଦିନ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ଖୁବଶୀଘ୍ର ଫାଣ୍ଡି ପ୍ରତିଷ୍ଠା କରିବା ସହ ପେଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.