Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ହସ୍ପିଟାଲରେ କରୋନା ଆକ୍ରାନ୍ତ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ, ସୁସ୍ଥ ହେବା ପରେ ଅଭିଯୁକ୍ତ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

1/05/2021 at 1:57 PM

ନୂଆପଡ଼ା,୦୧/୦୫: ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ । ତାହା ପୁଣି କୋଭିଡ୍ ହସ୍ପିଟାଲରେ । ନୂଆପଡା ଜିଲ୍ଲା କୋଭିଡ଼ ହସ୍ପିଟାଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ଏନେଇ ଥାନାରେ ଏକ ମାମଲା ରୁଜୁ ହେବା ସହ ଅଧିକ ତଦନ୍ତ ଚାଲିଥିବା ସଦର ଆଇଆଇସି ସଂଯୁକ୍ତା ବାର୍ଲା ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଗୁରୁବାର ଜଣେ ଯୁବତୀ କୋଭିଡ଼ ସଂକ୍ରମିତ ହୋଇ ସ୍ଥାନୀୟ ସିଲଦା ସ୍ଥିତ ଜିଲ୍ଲା କୋଭିଡ଼ ହସ୍ପିଟାଲ ଭର୍ତ୍ତି ହୋଇଥିଲେ । ରାତି ପ୍ରାୟ ୨ ଟାରେ ଉକ୍ତ କୋଭିଡ଼ ସଂକ୍ରମିତ ଯୁବତୀଙ୍କୁ ଜଣେ କୋଭିଡ଼ ସଂକ୍ରମିତ ପୁରୁଷ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ସେଠାରେ ଯୁବତୀ ଜଣକ ପ୍ରତିବାଦ କରିବାରୁ ଯୁବକ ଜଣକ ଛାଡି ଦେଇଥିଲେ । ଗତକାଲି ଯୁବତୀ ଜଣକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାରୁ ପୋଲିସକୁ ଜଣାଇଥିଲେ । ପୂର୍ବାହ୍ନରେ ପ୍ରଶାସନ ତରଫରୁ ସଦର ଅତିରିକ୍ତ ତହସିଲଦାର ଅଶେଷା ବାଗ ଜଣେ ମହିଳା ମାଜିଷ୍ଟ୍ରେଟ ଭାବେ ଜିଲ୍ଲା କୋଭିଡ଼ ହସ୍ପିଟାଲରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ପଚରା ଉଚୁରା କରି ବୟାନ ରେକର୍ଡ କରିଥିଲେ ।

ସେହିପରି ସଦର ଥାନା ଆଇଆଇସି ସଂଯୁକ୍ତ ବାର୍ଲା କୋଭିଡ଼ ହସ୍ପିଟାଲରେ ପହଞ୍ଚି ଯୁବତୀଙ୍କୁ ପଚରା ଉଚୁରା କରି ତଦନ୍ତ କରିଥିଲେ । ସମ୍ପୃକ୍ତ ଯୁବତୀ ଜଣକ ସଦର ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବେ ଅଭିଯୁକ୍ତ ଯୁବକକୁ ଅନ୍ୟତ୍ର କୋଭିଡ଼ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ଓ ସେ ରୋଗ ମୁକ୍ତ ହେବା ପରେ ତା’ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ତରଫରୁ ଡିଆଇପିଆରଓ ଅଜୟ ପଟ୍ଟନାୟକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏନେଇ ସଦର ଆଇଆଇସି ବାର୍ଲାଙ୍କୁ ପଚାରିବାରୁ, ପ୍ରଶାସନ ତରଫରୁ ଜଣେ ମହିଳା ମାଜିଷ୍ଟେଟ ତଦନ୍ତ କରୁଥିବା ବେଳେ ସଦର ପୁଲିସ ତରଫରୁ ମଧ୍ୟ ତଦନ୍ତ ଚାଲିଛି । ଆଗାକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହଛନ୍ତି ।

   Related Posts