ରାଉରକେଲାରେ ପୁଣି ଲଜ୍ଜା : ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ, ଏସ୍‌ପିଙ୍କ ହସ୍ତକ୍ଷେପ ପରେ ତଦନ୍ତ ଆରମ୍ଭ

Published By : Prameya-News7 Bureau | October 27, 2020 IST

ରାଉରକେଲା ୨୭।୧୦: ରାଉରକେଲାରେ ପୁଣି ଲଜ୍ଜା । ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ନାବାଳିକାଙ୍କୁ ବାରମ୍ବାର ଗଣଦୁଷ୍କର୍ମ ନେଇ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି । ପୀଡିତା ନାବାଳିକାଙ୍କ ପରିବାର ଲୋକ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ଅଭିଯୋଗକୁ ନେଇ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରିଥିବା ନେଇ ପରିବାରଲୋକ ଅଭିଯୋଗ କରିଛନ୍ତି ।

ସୁନ୍ଦରଗଡ ଏସପି ସାଗରିକା ନାଥଙ୍କ ହସ୍ତକ୍ଷେପ ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି । କୁଆଁରମୁଣ୍ଡା ଗଞ୍ଜୁ ବସ୍ତିର ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ତଦନ୍ତ ପରେ ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.