ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ଆଜୀବନ କାରାଦଣ୍ଡ ସହ ୬୦ହଜାର ଟଙ୍କା ଜରିମନା

Published By : Prameya-News7 Bureau | April 22, 2021 IST

ଅନୁଗୋଳ ୨୨।୪: ବହୁ ଚର୍ଚ୍ଚିତ ଅନୁଗୋଳର କାଙ୍ଗୁଲା ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଅନୁଗୋଳ ପକ୍ସୋ କୋର୍ଟ ଅଭିଯୁକ୍ତ ଅନାମ ଦେହୁରୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହାସହ ଲକ୍ଷେ ୬୦ ହଜାର ଟଙ୍କାର ଜରିମନା ଲଗାଇଛନ୍ତି ।

{"id":442377,"width":837,"height":460,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଜାନୁଆରୀ ୨୦ ତାରିଖରେ ଦୁଷ୍କର୍ମ ଘଟଣା ଘଟିଥିଲା । ଗାଁ ପାଖ ନାଳ ନିକଟରେ ଅପରାହ୍ନରେ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ । ୨୦୧୯ ମସିହା ଜୁଲାଇ ୨୬ ତାରିଖରେ ତାକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ଅନୁଗୋଳ ପକ୍ସୋ କୋର୍ଟ। ଏହା ବିରୋଧରେ ହାଇକୋର୍ଟ ଯାଇଥିଲା ଅଭିଯୁକ୍ତ । ହାଇକୋର୍ଟ ଫାଶୀ ଦଣ୍ଡାଦେଶ ବିରୋଧରେ ପୁଣି ଥରେ ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ରଦ୍ଦ କରି ତଳ କୋର୍ଟକୁ ପୁନଃ ବିଚାର ପାଇଁ ପଠାଇଥିଲେ। ଗୁରୁବାର ତଳ କୋର୍ଟ ଏହି ରାୟ ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.