ଖାକିର ପିଛା ଛାଡୁନି କଳଙ୍କ : କନେଷ୍ଟବଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ , ଧମକ ଦେଇ ବାରମ୍ବାର ଇଜ୍ଜତ ନେଇଛି ଅଭିଯୁକ୍ତ
5/09/2020 at 4:04 PM

ଭୁବନେଶ୍ୱର ୦୫।୦୯: ପୁଣି ଜଣେ କନେଷ୍ଟବଳଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ବାଲେଶ୍ଵର ଭିଜିଲାନ୍ସ ଅଫିସରେ କାର୍ଯ୍ୟରତ କନେଷ୍ଟବଳ ମନୋରଞ୍ଜନ ମାଝୀଙ୍କ ନାଁରେ ଆସିଛି ଏହି ସଙ୍ଗୀନ ଅଭିଯୋଗ । ବାଲେଶ୍ୱର ଜିଲ୍ଲୀ ନୀଳଗିରି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପୀଡିତା । ଯୁବତୀଙ୍କୁ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସୂଚନାରୁପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ନାଉପଦା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ବାଲେଶ୍ୱର ଅଙ୍ଗାରଗଡ଼ିଆ ଅଂଚଳର ଅର୍ଜୁନ ମାଝୀଙ୍କ ପୁଅ ମନୋରଞ୍ଜନ (୪୮) (ଯେକି ଭିଜିଲାନ୍ସ କନେଷ୍ଟବଳ ଭାବେ କାର୍ଯ୍ୟରତ )ଙ୍କର ପରିଚିତ ହୋଇଥିଲା । ନୀଳଗିରି ହାତିମୁଣ୍ଡା ଅଞ୍ଚଳରେ ରହୁଥିବା ମୟୁରଭଞ୍ଜ ଜିଲ୍ଲାର ୩୫ ବର୍ଷୀୟ ଯୁବତୀ ଜଣଙ୍କୁ ଗତ ଜୁନ ମାସ ୨୯ ତାରିଖ ଦିନ ଦୁଷ୍କର୍ମ କରିଥିଲେ । ପରଦିନ ମଧ୍ୟ ଏଭଳି ହୀନ କାର୍ଯ୍ୟ କରିବା ସହିତ ବାରମ୍ବାର ଧମକ ଦେଇ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ତେବେ ପରେ ତାଙ୍କୁ କସାଫଳ ଓ ଅଙ୍ଗରଗଡ଼ିଆରେ ରଖି ମଧ୍ୟ ଦୁଷ୍କର୍ମ କରିଥିଲେ।
୧୩-୮-୨୦ ତାରିଖରେ ତାଙ୍କୁ ଏକ ଟେମ୍ପୋରେ ବସାଇଦେଇ କନେଷ୍ଟବଳ ଆଉ ଧରାଦେଇନଥିଲେ । ଘଟଣାକୁ ନେଇ ବାଲେଶ୍ଵର ଅଞ୍ଚଳରେ ଥିବା ଥାନାରେ ଅଭିଯୋଗ କଲେ ମଧ୍ୟ ଏତଲା ରୁଜୁ ହୋଇନଥିଲା । ତେବେ ଶେଷରେ ମହିଳା ଜଣଙ୍କ ଗତକାଲି ନୀଳଗିରି ଥାନାରେ ପହଞ୍ଚି ନ୍ୟାୟଭିକ୍ଷା କରିଛନ୍ତି । ନୀଳଗିରି ଥାନାରେ ୩୦୩ ନମ୍ବର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।ସେପଟେ ଅଭିଯୁକ୍ତ କନେଷ୍ଟବଳ ଜଣକ ଅଫିସରୁ ଛୁଟି ନେଇ କୁଆଡେ ଫେରାର ହୋଇଯାଇଥିବା ଜଣାପଡିଛି। ମୋବାଇଲ ସୁଇଚ୍ ଅପ୍ ଥିବାରୁ ତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।