ସ୍କୁଲରେ ଦିଦିଙ୍କୁ ଏକା ଦେଖି ସଭାପତିଙ୍କ ମୁଣ୍ଡରେ ସବାର ହେଲା କାମୁକ ଭୂତ, ତା ପରେ…

Published By : Prameya-News7 Bureau | October 22, 2020 IST

କେନ୍ଦ୍ରାପଡ଼ା ୨୨।୧୦: ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବିଦ୍ୟାଳୟରେ କେହି ନଥିବାର ସୁଯୋଗ ନେଇ ପରିଚାଳନା କମିଟି (ଏସଏମ୍‌ସି) ସଭାପତି ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଏକ ସ୍କୁଲରେ ଘଟିଛି ଘଟଣା । ସମ୍ପୃକ୍ତା ଶିକ୍ଷୟିତ୍ରୀ ଏନେଇ ଥାନାରେ ଏତଲା କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଦ୍ୟାବଧି ସମ୍ପୃକ୍ତ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ି ନଥିବା ସୂଚନା ମିଳିଛି। ତେବେ ଉକ୍ତ ଘଟଣାରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ଭୟଭୀତ ହୋଇପଡ଼ିଥିବା ବେଳେ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

ଖବର ଅନୁଯାୟୀ, ପୀଡ଼ିତା ଶିକ୍ଷୟିତ୍ରୀ ପଟ୍ଟାମୁଣ୍ଡାଇ ଥାନା ଅଧୀନ ଏକ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାମ କରିଆସୁଛନ୍ତି । ସେ ପ୍ରତ୍ୟହ କେନ୍ଦ୍ରାପଡ଼ା ସହରରୁ ସ୍କୁଲକୁ ସ୍କୁଟି ଯୋଗେ ଯିବାଆସିବା କରିଥାଆନ୍ତି । ବିଦ୍ୟାଳୟରେ କିଛି ବଳକା କାମ ରହିଯାଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଡକାଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ନିଜେ ବିଦ୍ୟାଳୟକୁ ଆସିବା ପାଇଁ ତାଙ୍କୁ କହିଥିଲେ ମଧ୍ୟ ସେ କିନ୍ତୁ ଆସି ପହଞ୍ଚି ନଥିଲେ । ବିଦ୍ୟାଳୟରେ ପହଞ୍ଚିବା ପରେ ସମ୍ପୃକ୍ତା ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନପାଇ ଫୋନ୍‌ କରିବାରୁ ଏସଏମ୍‌ସି ସଭାପତି ଅଭୟ ମଲିକ ସାଢ଼େ ୧୧ଟାରେ ପହଞ୍ଚି ବିଦ୍ୟାଳୟ ଖୋଲିଥିଲେ ।

ତା’ ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କୁ ଯିବାକୁ କହିଥିଲେ ମଧ୍ୟ ସେ ନଯାଇ ସେଠାରେ ଠିଆ ହୋଇ ରହିଥିଲେ । ପରେ ସେ ବିଦ୍ୟାଳୟ ଛାଡ଼ିବା ପୂର୍ବରୁ ପ୍ରସ୍ଥାନ ଖାତାରେ ଦସ୍ତଖତ କରିବାକୁ ଯାଇଥିଲେ। ଏହି ସମୟରେ ସଭାପତି ଶ୍ରୀ ମଲିକ ତାଙ୍କ ପଛେ ପଛେ ଯାଇ ଅଫିସର ଗୋଟିଏ ପାଖ କବାଟ ବନ୍ଦ କରିଦେଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେ ପାଟି କରିବାରୁ ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେ କୌଶଳ କ୍ରମେ ତାଙ୍କ କବଳରୁ ମୁକୁଳି ପଳାଇଆସିଥିଲେ ବି ରାସ୍ତା ଯାଏ ଗୋଡ଼ାଇ ଗୋଡ଼େଇ ସେ ଆସିଥିଲେ। ପରେ ପାଖରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି କର୍ମୀଙ୍କୁ ଏ ସମ୍ୱନ୍ଧରେ ସମସ୍ତ କଥା କହିବା ସହିତ ଘଟଣା ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.