ଜଙ୍ଗଲରେ ଭାଣିଜୀକୁ ଦୁଷ୍କର୍ମ କଲା ମାମୁ, ପାଟି ଖୋଲିଲେ ଜୀବନରୁ ମାରିଦେବାକୁ ଦେଇଥିଲା ଧମକ

Published By : Prameya-News7 Bureau | December 20, 2020 IST

ରାଞ୍ଚି ୨୦।୧୨: ଝାଡଖଣ୍ଡର ବେରମୋ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ତାହା ପୁଣି ନାବାଳିକାଙ୍କର ସଂପର୍କୀୟ ମାମୁଙ୍କ ନାଁରେ ଏପରି ଅଭିଯୋଗ ଆସିଛି । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାରଲୋକ । ଘଟଣାରେ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ।  

ପରିବାରଲୋକଙ୍କ ଅଭିଯୋଗ ଅନୁସାରେ , ଅଭିଯୁକ୍ତ ମାମ ଓ ତାଙ୍କ ସ୍ତ୍ରୀ ସହିତ ମିଶି ଜଙ୍ଗଲକୁ ଯାଇଥିଲେ । ତାଙ୍କ ନାବାଳିକା ଜଣଙ୍କ ମଧ୍ୟ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । କିନ୍ତୁ ଅଭିଯୁକ୍ତଙ୍କ ସ୍ତ୍ରୀ କାଠ କାଟିବାରେ ବ୍ୟସ୍ତ ଥିବା ବେଳେ ନାବାଳିକାଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଜଙ୍ଗଲ ଭିତରକୁ ଡାକି ନେଇଯାଥିଲେ ସଂପର୍କୀୟ ମାମୁ । ସେଠାରେ ନାବାଳିକା ସହିତ ଦୁଷ୍କର୍ମ କରିଥିଲା । ଏହାସହିତ ଯଦି ନାବାଳିକା ଜଣଙ୍କ ଘଟଣାସଂପର୍କରେ କାହାକୁ କୁହନ୍ତି, ତେବେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ ।  

ସେପଟେ ସଂଧ୍ୟା ସମୟରେ ନାବାଳିକାଙ୍କ ପରିବାରଲୋକ କାମ କରି ଘରକୁ ଫେରିଥିଲେ । ଏହାପରେ ନାବାଳିକା ଜଣଙ୍କ ଭୟରେ ସମସ୍ତ କଥା ପରିବାର ଆଗରେ କହିଥିଲେ । ପରିବାର ଲୋକ ତୁରନ୍ତ ଘଟଣାସଂପର୍କରେ ଥାନାରେ ଏତଲା ଦେଇଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିଥିଲେ । ଘଟଣାରେ ଛାନ୍‌ଭିନ୍‌ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.