ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଆହାର କେନ୍ଦ୍ର କର୍ମଚାରୀଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

Published By : Prameya-News7 Bureau | January 18, 2021 IST

ବଲାଙ୍ଗୀର୧୮/୧: ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ବଲାଙ୍ଗୀର ଟିଟିଲାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ନାବାଳିକା ଦିବ୍ୟାଙ୍ଗଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଟିଟିଲାଗଡ଼ ଆହାର କେନ୍ଦ୍ରର ଜଣେ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଅଭିଯୋଗ ଦାଖଲ ହୋଇଛି। ଚାଇଲ୍ଡ ଲାଇନ୍ ଅଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ଏସ୍‌ଡିପିଓ ତଦନ୍ତ ଆରମ୍ଭ କରିଛନ୍ତି।

{"id":394258,"sizeSlug":"large","linkDestination":"none"}

ଟିଟିଲାଗଡ଼ ଆହାର କେନ୍ଦ୍ରର କର୍ମକର୍ତ୍ତାଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣାକୁ ନେଇ ବର୍ତ୍ତମାନ ଟିଟିଲାଗଡରେ ଚର୍ଚ୍ଚା ଲାଗି ରହିଛି। ମିଳିଥିବା ସୂଚନା ମୁତାବକ, ଆହାରକେନ୍ଦ୍ରର ଜଣେ କର୍ମଚାରୀ ଦିବ୍ୟାଙ୍ଗ ନାବାଳିକାଙ୍କୁ ଟେକି ନେଇ ପାଇଖାନା ଭିତରେ ଦୁଷ୍କର୍ମ କରିଥିଲା।  

{"id":394260,"sizeSlug":"large","linkDestination":"none"}

ଏ ନେଇ ପୀଡିତାଙ୍କ ପରିବାର ଲୋକେ ଉପ ଜିଲ୍ଲାପାଳଙ୍କୁ ଦେଖା କରି ଅଭିଯୋଗ କରିବାକୁ ଚାହିଁଥିଲେ। ହେଲେ ତାଙ୍କ ସାକ୍ଷାତ କରି ପାରିନଥିଲେ। ତେଣୁ ଲିଖିତ ଆକାରରେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଥିଲେ। ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯୋଗୀସୁରଦା ଗାଁର ଏହି ଅସହାୟ ପରିବାର ଏବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ସେପଟେ ଅଭିଯୋଗ ପାଇବା ପରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.