ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଅଭିଯୁକ୍ତ ଅଟକ

Published By : Prameya-News7 Bureau | September 21, 2020 IST

ଟାଙ୍ଗୀ୨୧/୯:  ୫ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଅଭିଯୋଗ। ମିଳିଥିବା ସୂଚନା ଅନୁସା​‌ରେ ଜଣେ ୧୬ ବର୍ଷର ନାବାଳକ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଛି। ଆଜି ଟାଂଗୀ ଥାନାରେ ଅଭିଯୋଗ ହୋଇଛି । ଟାଂଗୀ ପୋଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି । ଏ ନେଇ ଟାଂଗୀ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା ଉଦୟଗିରି ଗ୍ରାମର ଏକ ନାବାଳକ ସେହି ଗ୍ରାମର ଏକ ୫ ବର୍ଷର ଶିଶୁ କନ୍ୟାକୁ ଗତକାଲି ସଂଧ୍ୟାରେ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ  ମା' ଅଭିଯୋଗ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଲା , ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଶିଶୁ ଟିକୁ ପ୍ରଥମେ ଟାଂଗୀ ଓ ପରେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା କରିବା ପରେ ଆଜି ଟାଂଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ତନାଘନା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.