ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗରେ କକା ଗିରଫ

Published By : Prameya-News7 Bureau | February 09, 2020 IST

ମୁମ୍ବାଇ - ଜଣେ ୧୭ ବର୍ଷୀୟା ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ୩୨ ବର୍ଷିୟ ସମ୍ପର୍କୀୟ କକା ଗିରଫ ହୋଇଛି । ୨୪ ଦିନ କାଳ ନିଜ ଅକ୍ତିଆରରେ ରଖିବା ସହ ଏହି ରାକ୍ଷସ ବାରମ୍ବାର ଦୁଷ୍କର୍ମ କରୁଥିଲା । ମହାରାଷ୍ଟ୍ରର ଜାଲନା ଅଞ୍ଚଳରୁ ଏହି ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି ।

ଜାନୁଆରୀ ୧୪ ତାରିଖରେ ଏହି ନାବାଳିକା ନିଖୋଜ ହୋଇଯାଇଥିଲେ । ପରେ ପୁଲିସରେ ଅଭିଯୋଗ ହୋଇଥିଲା । ବୁଲଧନା ଜିଲାର ମେହକ ତହସିଲ୍‌ରେ ସେ ଥିବା କଥା ଜଣା ପଡିଥିଲା । ପୁଲିସ ଚଢଉ କରି ନାବାଳିକାକୁ ଉଦ୍ଧାର କରିବା ସହ ତା କକାକୁ ଗିରଫ କରିଛି ବୋଲି ଚନ୍ଦନଜିରା ଥାନାର ଇନିସ୍‌ପେକ୍ଟର ଶ୍ୟାମ ସୁନ୍ଦର କୌଥଲେ ସୂଚନା ଦେଇଛନ୍ତି ।

ଗିରଫଦାରୀକୁ ଏଡାଇବା ପାଇଁ ଅଭିଯୁକ୍ତ ବାରମ୍ବାର ନିଜର ସ୍ଥାନ ପରବିର୍ତ୍ତନ କରୁଥିଲା । ମାତ୍ର ଫେବ୍ରୁଆରୀ ୮ ତାରିଖରେ ଏକ ବସ୍‌ଷ୍ଟପ ନିକଟରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସେ ଔରାଙ୍ଗାବାଦ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.