ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା : ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ଲୁହା ରଡ୍, ଘର ଆଗରେ ମୃତଦେହ ଫିଙ୍ଗିଦେଲେ

Published By : Prameya-News7 Bureau | January 06, 2021 IST

ଲକ୍ଷ୍ନୌ,୦୬/୦୧:   ନିର୍ଭୟା ଗଣଦୁଷ୍କର୍ମ ଘଟଣାର ପୁନରାବୃତ୍ତି । ପୁଣି ଜଣେ ମହିଳାଙ୍କୁ କରଗଲା ନୃଂଶସ ଭାବେ ଗଣଦୁଷ୍କର୍ମ ଓ ହତ୍ୟା । ଏପରିକି ଦୁଷ୍କର୍ମକାରୀମାନେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହାରଡ୍ ପୁରାଇ ଦେଲେ । ଏପରି ବର୍ବୋରଚିତ କାଣ୍ଡ ଘଟିଛି ଉତ୍ତରପ୍ରଦେଶର ବଡାଓଁରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ରବିବାର ରାତିରେ ମେଓ୍ୱାଲି ଗ୍ରାମରେ ଜଣେ ମଧ୍ୟ ବୟସ୍କା ମହିଳାଙ୍କ ସହ ଏପରି ଜଘନ୍ୟ କାଣ୍ଡ ଘଟିଛି । ସେ ଏକ ମନ୍ଦିରକୁ ବୁଲି ଯାଇଥିଲେ । ଘରକୁ ଫେରିବା ସମୟରେ ୩ ଜଣ ଯୁବକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲୁହ ରଡ୍ ପୁରାଇ ଦେଇଥିଲେ । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।ଆହୁରି ମଧ୍ୟ ହତ୍ୟା କରିବା ପରେ ମହିଳାଙ୍କ ମୃତଦେହକୁ ଘର ଆଗରେ ଫିଙ୍ଗି ଦେଇଥିଲେ ।

ପୋଷ୍ଟ ମଟର୍ମ ରିପୋର୍ଟ ଅନୁସାରେ, ମହିଳାଙ୍କ ଗୋଡ ଭାଙ୍ଗିଯାଇଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଏପରିକି ତାଙ୍କର ଫୁସଫୁସରେ ମଧ୍ୟ ଆଘାତ ଲାଗିଛି । ପ୍ରାଇଭେଟ୍ ପାର୍ଟରେ ଲୁହା ରଡ୍ ପାଇଁ କ୍ଷତ ସୃଷ୍ଟି ହେବା କାରଣରୁ ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା ।

ସୂଚନା ପାଇଁ ବଡାଓଁ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଁଚି ତଦନ୍ତ ପାଇଁ ୪ ଜଣିଆ ଟିମ୍ ଗଠନ କରିଥିଲେ । ଘଟଣାରେ ସଂପୃକ୍ତ ଥିବା ୩ ଜଣଙ୍କ ବିରୋଧରେ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଗିରଫଙ୍କ ମଧ୍ୟରେ ଜଣେ ମହନ୍ତ ବାବା ସତ୍ୟନାରାୟଣ ଓ ତାଙ୍କ ସହଯୋଗୀ ବେଳେ ଆଉ ଜଣେ ଡ୍ରାଇଭର ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.