ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣା : ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର, ଖଣ୍ଡନ କଲେ ଏସ୍‌ସିବି କର୍ତ୍ତୃପକ୍ଷ

Published By : Prameya-News7 Bureau | September 09, 2021 IST

କଟକ ୦୯।୦୯: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣା । SCBରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ରାତି ଅଧରେ ପୋଷ୍ଟମର୍ଟମ ହୋଇଛି । ପୋଷ୍ଟମର୍ଟମ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି। ବୁଧବାର ବିଧାନସଭା ଆଗରେ ହାତ କାଟି, ବିଷ ପିଇଥିଲେ ଦୁଷ୍ମନ୍ତ ଦାସ।

ସେପଟେ ଚିକିତ୍ସା ଅବହେଳା ଯୋଗୁ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ଦୁଷ୍ମନ୍ତଙ୍କ ମାଆ। ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ସିବି କର୍ତ୍ତୃପକ୍ଷ । ଏସ୍‌ସିବି ଜରୁରୀକାଳୀନ ଅଧିକାରୀ  ଭୁବନାନନ୍ଦ ମହାରଣା କହିଛନ୍ତି ଯେ, ଏକ ଦୁର୍ଘଟଣାଜନିତ କାରଣରୁ ସେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅପରେସନ କରାଯାଇଥିଲା ।ଅପରେସନ ପରେ ପିଜିଓଥେରାପିରେ ଚିକିତ୍ସା ମଧ୍ୟ କରାଯାଉଥିଲା । ଏସ୍‌ସିବିରେ ତାଙ୍କର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା ।ତେବେ ଗତ ୬ ତାରିଖରେ ସେ ଏମ୍ସକୁ ଯିବେ ବୋଲି ନିଜ ତରଫରୁ ଜଣାଇଥିଲେ । ତେଣୁ ଆମେ ତଙ୍କୁ ଛାଡିଥିଲୁ । ଗତକାଲି ହଠାତ୍ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରୁ ଏସ୍‌ସିବି ଅଣାଯାଇଥିଲା । ବିଷକ୍ରିୟା ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.