ଅଟୋରେ ଯୁକ୍ତ ୩ ଛାତ୍ରୀଙ୍କୁ ଦୁଷ୍କର୍ମ, କଲେଜ ଅଧ୍ୟାପକ ବଞ୍ଚାଇଲେ ଜୀବନ

Published By : Prameya-News7 Bureau | December 24, 2020 IST

ଲକ୍ଷ୍ନୌ, ୨୪।୧୨:   ଉତ୍ତର ପ୍ରଦେଶର ଏଟାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏକ ଚଳନ୍ତା ଅଟୋରେ ଜଣେ ଯୁକ୍ତ ୩ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ଘଟଣା ପରେ ପୀଡିତା ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି .

ସୂଚନାନୁସାରେ, ଏଟା ବାଗବାଲ ଗ୍ରାମରେ ଜଣେ ଯୁକ୍ତ ୩ ଛାତ୍ରୀ ବୁଧବାର ସକାଳେ କଲେଜ ବାହାରିଥିଲେ । କଲେଜ ଯିବା ପାଇଁ ସେ ଏକ ଅଟୋରେ ବସିତିଲେ । ଏହି ଅଟୋରେ ଆଉ କିଛି ଛାତ୍ର ମଧ୍ୟ ଥିଲେ । କଲେଜ ଆଗରେ ସମସ୍ତ ଛାତ୍ର ଓହ୍ଲାଇ ପଡିଥିଲେ । କିନ୍ତୁ ଛାତ୍ରୀଡଜଣଙ୍କ ଓହ୍ଲାଇବା ବେଳେ ଡ୍ରାଇଭର ଅଟୋକୁ ଆଗକୁ ନେଇ ଯ।ଇଥିଲେ । ଅଟୋରେ ଆଉ ଜଣେ ଯୁବକ ଥିଲେ । ପ୍ରଥମେ ଯୁବକଜଣଙ୍କ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା ।

ସେତେବେଳକୁ କଲେଜ ଆଗରେ ଓହ୍ଲାଇଥିବା ଛାତ୍ରମାନେ ଶିକ୍ଷକଙ୍କୁ ଏନେଇ ସୂଚନା ଦେଇଥିଲେ । ପରେ କିଛି ଶିକ୍ଷକ ଅଟୋକୁ ପିଛା କରି ପ୍ରାୟ ୫ କିମି ଆଗରେ ଧରିଥିଲେ । ସେଠାରେ ରକ୍ତାକ୍ତ ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.