Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା’

16/10/2021 at 7:46 AM

କଟକ, ୧୬/୧୦:  କୋଭିଡ କଟକଣା ଭିତରେ ଶାରଦୀୟ ଦୁର୍ଗାପୂଜା ଶେଷ । ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା’ । ଜଗତଜନନୀଙ୍କ ଭସାଣ ଉତ୍ସବ । ଗାଇଡଲାଇନ ଭିତରେ ହିଁ ମେଲାଣି ନେବେ ମାଆ ।

ଭସାଣ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମାଙ୍କୁ ବିଦାୟ ଦେବା ବେଳେ ବାଜା ବାଜିବନି କି ବାଣ ଫୁଟିବନି। ବହୁ ସଂଖ୍ୟାରେ କର୍ମକର୍ତ୍ତା ମଧ୍ୟ ସାମିଲ ହେବେ ନାହିଁ । ଆଜି ଭଷାଣୀ ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। କୁଆଖାଇ ନଦୀରେ ଦୁଇଟି ଓ ଦୟୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ କରିଛି ପ୍ରଶାସନ ।

ସେହିପରି କଟକ ସହରରେ ଭସାଣୀ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବେ । ୬ଟି ସ୍ଥାନରେ ଭସାଣୀ କାର୍ଯ୍ୟକ୍ରମ ହେବ । ଏଥିପାଇଁ ସବୁ ପୂଜା କମିଟିକୁ ସ୍ଲଟ ଦିଆଯାଇଛି । ସେହି ଅନୁସାରେ ପୂଜା କମିଟି ଭସାଣୀ କରିବେ ।

ସୂଚନାଯୋଗ୍ୟ, ପବିତ୍ର ବିଜୟା ଦଶମୀ ଦେଶବ୍ୟାପୀ ଧୁମଧାମରେ ପାଳନ ହୋଇଛି । କରୋନା କଟକଣା ମାନି ଜଗତଜନନୀଙ୍କ ପୂଜାର୍ଚ୍ଚନା ହୋଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ରାବଣ ଦହନ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

   Related Posts