ଶ୍ରୀମନ୍ଦିରରେ ବିଜୟାଦଶମୀ, ରାଜରାଜେଶ୍ୱର ବେଶ ଧାରଣ କରିବେ ଶ୍ରୀଜିଉ

Published By : Prameya-News7 Bureau | October 15, 2021 IST

ପୁରୀ, ୧୫|୧୦:  ଶ୍ରୀମନ୍ଦିରରେ ଶୁକ୍ରବାର ପାଳିତ ହେଉଛି ପବିତ୍ର ଦଶହରା ବା ବିଜୟାଦଶମୀ। ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜଶ୍ୱେର ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା, ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ସୁନାବେଶ ଅନୁଷ୍ଠିତ ହେବ।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ। ତେବେ ପ୍ରତିବର୍ଷ ଭକ୍ତମାନେ ମହାପ୍ରଭୁଙ୍କ ଏହି ମହାର୍ଘ ସୁନାବେଶ ଦର୍ଶନ କରୁଥିବା ବେଳେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ଼ କଟକଣା ଯୋଗୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ସେପଟେ ଦଶହରା ଅବସରରେ ମା' ବିମଳାଙ୍କ ପ୍ରତିନିଧି ଭାବେ ପୂଜା ପାଉଥିବା ମା' କାକୁଡ଼ିଖାଇଙ୍କ ଶୁକ୍ରବାର ରାତିରେ ବିସର୍ଜନ ସହ ଶନିବାର ଅନ୍ୟ ସମସ୍ତ ଗୋଷାଣୀମାନଙ୍କର ଶ୍ରୀମନ୍ଦିର ସମ୍ମୁଖରେ ଦେବୀସଭା ହେବା ପରେ ବିସର୍ଜନ ଅନୁଷ୍ଠିତ ହେବ।

ଏ ନେଇ ଶନିବାର ମଧ୍ୟାହ୍ନ ୧୨ ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ହେବା ସହ ଭଷାଣ ଉତ୍ସବ ଶେଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଠାରୁ ମର୍ଚିକୋଟ ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.