ରବିବାର ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବା ଦ୍ବାରା ଦୂର ହୋଇଥାଏ ସମସ୍ତ ଦୁଃଖ କଷ୍ଟ : ଜାଣନ୍ତୁ କିପରି ?
4/08/2019 at 3:26 PM

ଆଜି ଶ୍ରାବଣ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥି। ଏହି ଦିନ ଭଗବାନ ଶ୍ରୀ ଗଣେଶଙ୍କୁ ଦୁବ ଘାସ ୨୧ଟି ଗାଣ୍ଠ ଚଢ଼ାଇବାର ପରମ୍ପରା ରହିଛି। ଏହାକୁ ବିନାୟକ ଚତୁର୍ଥୀ ଏବଂ ଦୁର୍ବା ଗଣପତି ବ୍ରତ କୁହାଯାଏ।
ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶଙ୍କ ଆରାଧନା ଅତ୍ୟନ୍ତ ମଙ୍ଗଳକାରୀ ବୋଲି ବିଶ୍ବାସ କରାଯାଇଥାଏ। ତାଙ୍କ ଭକ୍ତ ବିଭିନ୍ନ ପ୍ରକାର ତାଙ୍କୁ ପୂଜା କରିଥାଆନ୍ତି। ଅନେକ ଶ୍ଲୋକ,ସ୍ତୋତ୍ର,ମନ୍ତ୍ର ଜପ ଦ୍ବାରା ଗଣେଶଙ୍କୁ ପୂଜା କରାଯାଇଥାଏ।
ପୁରାଣ ଅନୁସାରେ ଶ୍ରାବଣ ମାସର ଶୁକ୍ଳପକ୍ଷ ତୃତୀୟ ଦିନ ଦୁର୍ବା ଗଣପତି ବ୍ରତ କରାଯାଇଥାଏ। ଏହି ଦିନ ଶ୍ରୀ ଗଣେଶଙ୍କ ପୂଜା କରି ତାଙ୍କୁ ଦୁବ ଅର୍ପଣ କରିବାର ବିଶେଷ ମହତ୍ତ୍ବ ରହିଛି।
ଏହା ବ୍ୟତୀତ
ପ୍ରତିଦିନ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରିବା ଉଚିତ୍। ଯଦି ଆପଣ ସବୁଦିନ ନ କରି ପାରୁଛନ୍ତି ତେବେ
ଚିନ୍ତା କରନ୍ତୁନାହିଁ। ଭଗବାନ ଶ୍ରୀ ଗଣେଶଙ୍କୁ କିଛି ଖାସ୍ ଦିନ ଯେପରିକି ବୁଧବାର,ବିନାୟକ ଚତୁର୍ଥୀ,ସଙ୍କଷ୍ଟି
ଚତୁର୍ଥୀ ଏବଂ ଶ୍ରୀ ଗଣେଶ ଚତୁର୍ଥୀ,ଗଣେଶ ଜନ୍ମୋତ୍ସବ ଦିନ ତାଙ୍କୁ ବିଶେଷ ଭାବେ ଦୁବ ଚଢ଼ାଯାଇ
ପୂଜାର୍ଚ୍ଚନା କରିବା ଉଚିତ୍ ଯାହା ଫଳରେ ଜୀବନର ସମସ୍ତ କଷ୍ଟର ନିବାରଣ ଯଥାଶୀଘ୍ର ହୋଇପାରିବ।
ଜୀବନରେ
ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ଏହି ଦିନ ଶିବଙ୍କ ପରିବାରର ପୂଜା କରିବା ଲାଭଦାୟକ ହୋଇଥାଏ।
ଏହି ଦିନ ଶ୍ରୀ ଗଣେଶଙ୍କୁ ପୂଜା କରିବାବେଳେ ନିମ୍ନଲିଖିତ ମନ୍ତ୍ର ଉଚ୍ଚାରଣ କରି ଗଣେଶଙ୍କୁ ଦୁବ
ଅର୍ପଣ କରିବା ଉଚିତ୍। ଏହି ମନ୍ତ୍ର ହେଲା-
-‘ଶ୍ରୀ ଗଣେଶାୟ ନମଃ,ଦୁର୍ବାକୁରାନ ସମର୍ପୟାମି।’
ଏହି ମନ୍ତ୍ର ସହ ଶ୍ରୀ ଗଣେଶଙ୍କୁ ଦୁବ ଚଢ଼ାଇବା ଦ୍ବାରା ଜୀବନର ସମସ୍ତ ସମସ୍ୟାଠୁ ମୁକ୍ତିର ମାର୍ଗ ମିଳିଯାଇଥାଏ ଏବଂ ଶ୍ରୀ ଗଣେଶ ତାଙ୍କ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କୁ ସୁଖୀ ଜୀବନ ଏବଂ ସମ୍ପନ୍ନତାର ଆଶୀର୍ବାଦ ପ୍ରଦାନ କରନ୍ତି। ପୂଜା ସମୟରେ ପରିକ୍ରମା କରିବାବେଳେ ଗଣେଶଙ୍କ ପିଠି ଦର୍ଶନ କରନ୍ତୁ ନାହିଁ।
ବିଶ୍ବାସ
ରହିଛି ଯେ ଭଗବାନ ଗଣେଶଙ୍କ ପିଠିରେ ଦରିଦ୍ରତା ବାସ କରିଥାଏ। ଏହି କାରଣରୁ ତାଙ୍କର ପିଠି ଦର୍ଶନ
କରିବା ଅନୁଚିତ୍। ଏହା ସହ ନିରନ୍ତର ‘ଓଁ ଗଁ ଗଣପତୟେ ନମଃ’ କିମ୍ବା ‘ଏକଦନ୍ତାୟ ବିଦ୍ୟହେ’,‘ବକ୍ରତୁଣ୍ଡାୟ
ଧୀମହି,ତନ୍ନୋ ଦନ୍ତି ପ୍ରଚୋଦୟାତ୍’ ଜପ କରିବା ଉଚିତ୍ ତଥା ଗଣେଶଙ୍କ ସମ୍ମୁଖରେ ଦୀପ ଜାଳିବା ଉଚିତ୍।