ବାଲେଶ୍ବର ରୁପ୍‌ସା ଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ

Published By : Prameya-News7 Bureau | November 22, 2019 IST

ବାଲେଶ୍ବର ୨୨।୧୧: ଦୂରନ୍ତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାଲେଶ୍ବର ରୁପସା ଷ୍ଟେସନ ନିକଟରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ରେଳ ଧାରଣାରୁ ଅଲଗା ହୋଇ ଟ୍ରେନ୍‌ଟି ଢଳିପଡିଛି । ଫଳରେ ପ୍ରାୟ ଦେଢ ଘଣ୍ଟା ଧରି ଟ୍ରେନ୍‌ଟି ଅଟକି ରହିଛି ।

{"id":188111,"sizeSlug":"large"}

ସୂଚନାଯୋଗ୍ୟ ଯେ, ଟ୍ରେନ୍‌ଟି ହାଓ୍ବାଡାରୁ ଯଶବନ୍ତପୁର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇଞ୍ଜିନ ସହ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

{"id":188112,"sizeSlug":"large"}

ତେବେ ଖବର ପାଇ ରେଳ ବିଭାଗର ଅଧିକାରୀ ଏବଂ ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରେନ୍‌ଟିର ମରାମତି ପରେ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳକୁ ଯାତାୟତା କରିବର ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.