Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଧାନସଭାରେ ଭାଷଣ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଖୋଲିଗଲା ଧୋତି, ପରେ କଣ କହିଲେ ଜାଣନ୍ତୁ

23/09/2021 at 9:39 PM

ବେଙ୍ଗାଲୁରୁ ୨୩/୦୯: କର୍ଣ୍ଣାଟକ ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ପକ୍ଷ ରଖୁଥିବା ବେଳେ ଏକ ଅଜବ ଘଟଣା ଘଟିଛି। ସେ ବିଧାନସଭାରେ ଛିଡ଼ା ହୋଇ କହୁଥିବା ବେଳେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ହଠାତ ତାଙ୍କୁ ଅଟକାଇ ଦେଇଥିଲେ।  ତାଙ୍କର ଧୋତି ଖୋଲିଯାଇଥିବା ନେଇ ଡିକେ ଶିବକୁମାର ସିଦ୍ଧରମୈୟାଙ୍କ କାନରେ ଧିରେ ଧିରେ କହିଥିଲେ ।

ଏହି କଥା ସାଙ୍ଗେ ସାଙ୍ଗେ ପୁରା ଗୃହରେ ବ୍ୟାପିଯାଇଥିଲା। ଅନ୍ୟ ସଦସ୍ୟ ଠୋ ଠୋ ହୋଇ ହସିବାକୁ ଲାଗିଥିଲେ।  ଧୋତି ଖୋଲିବା କଥା ଜାଣିବା ପରେ ସିଦ୍ଧରମୈୟା କହିଥିଲେ, ‘ଆଚ୍ଛା ଏମିତି ହୋଇଛି ତେବେ।’ ଧୋତି ସଜାଡ଼ିବା ପରେ ପୁଣି ନିଜର କଥା ରଖିବେ ବୋଲି ସେ କହିଥିଲେ ।  ଏହା ପରେ କରୋନାରୁ  ସୁସ୍ଥ ହେବା ପରେ ଶରୀରର ଓଜନ ୪-୫ କିଲୋ ବଢ଼ିଯାଇଛି ବୋଲି କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ସେଥିପାଇଁ ପେଟର ସାଇଜ୍‌ ବଢ଼ିଯାଇଛି ଏବଂ ଧୋତି ଖୋଲିଯାଉଛି ବୋଲି କହିଥିଲେ।

ଏହା ସହ ମଜାଳିଆ ଢ଼ଙ୍ଗରେ ଆରଡିପିଆର ମନ୍ତ୍ରୀ କେଏସ୍‌ ଇଶ୍ବରପ୍ପାଙ୍କୁ ସେ କହିଥିଲେ, ‘ମୋ  ଧୋତି ଖୋଲିଗଲା ଇଶ୍ବରପ୍ପା।’ ବୁଧବାର କର୍ଣ୍ଣାଟକ ବିଧାନସଭାରେ ଘଟିଥିବା ଏହି ଘଟଣାର ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

   Related Posts