Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସାମାନ୍ୟ ବଚସା ହେଲା କାଳ, ଦୁଇ ସାଙ୍ଗକୁ ପ୍ରଥମେ ହାଣିଲେ ପରେ ଗୁଳି କରି ନୃଶଂସ ଭାବେ ହତ୍ୟା କଲେ ଅଭିଯୁକ୍ତ

21/02/2021 at 10:25 AM

କାନପୁର, ୨୧/୦୨: ଉତ୍ତରପ୍ରଦେଶର କାନ୍‌ପୁର୍‌ରେ ସାମାନ୍ୟ ବଚସାରୁ ଦୁଇ ସାଙ୍ଗକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଦୁଇ ବନ୍ଧୁଙ୍କୁ ଛୁରୀ ଏବଂ କୁରାଡ଼ିରେ ଆକ୍ରମଣ କରିବା ପରେ ଦୁହିଁଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ଗ୍ରାମବାସି ପହଞ୍ଚିବା ପରେ ଅଭିଯୁକ୍ତ ସେମାନଙ୍କୁ ଧମକ ଦେଇ ଭଗାଇ ଦେଇଥିବା ଜଣାପଡ଼ିଛି ।

ଏହି ହତ୍ୟାକାଣ୍ଡ ନବାବଗଞ୍ଜର ଉଜାରିପୁରୱା ଗ୍ରାମରେ ଘଟିଛି । ଏହି ଗ୍ରାମର ଜୟରାମ ନିଶାଦଙ୍କ ୨୬ ବର୍ଷର ପୁଅ ରାଜକୁମାର ଚିତ୍ର ଆଙ୍କିବା କାମ କରୁଥିଲେ । ପାରମିଆପୁରୱା ନିବାସୀ ତାଙ୍କ ବନ୍ଧୁ ରବି କୁମାର ଶୁକ୍ରବାର ରାତିରେ ସାଢ଼େ ଆଠଟା ବେଳକୁ ତାଙ୍କୁ ଭେଟିବାକୁ ଆସିଥିଲେ । ଦୁହେଁ ପାଖ ଏକ ସ୍ଥାନକୁ ଯାଇଥିଲେ । ବାଟରେ ସେହି ଗ୍ରାମର ସଞ୍ଜୀବନଙ୍କ ପୁଅ ଶିବମ, ତାଙ୍କ ବନ୍ଧୁ ବିକାଶ , ବିଶାଲ ଏବଂ ଆକାଶଙ୍କ ସହ ସେମାନଙ୍କର କିଛି ଝଗଡ଼ା ହୋଇଯାଇଥିଲା । ଏହା ପରେ ଗ୍ରାମବାସୀ ଏଥିରେ ହସ୍ତକ୍ଷେପ କରି ସମାଧାନନ କରିଥିଲେ । ଯେତେବେଳେ ରାଜକୁମାର ଏବଂ ରବି ରାତି ୧୧ ଟାରେ ଯାଇଥିବା ସ୍ଥାନରୁ ଫେରୁଥିଲେ, ସେତେବେଳେ ଅଭିଯୁକ୍ତମାନେ ସେମାନଙ୍କୁ ହନୁମାନ ମନ୍ଦିର ନିକଟରେ ଅଟକାଇ ଥିଲେ ଏବଂ ତାଙ୍କ ଉପରେ ଛୁରୀ ଓ କୁରାଡ଼ିରେ ଆକ୍ରମଣ କରିଥିଲେ ।

ପ୍ରଥମେ ସେ ରାଜକୁମାରଙ୍କୁ କୁରାଡ଼ୀରେ ଆକ୍ରମଣ କରିଥିଲେ । ସେହି ସ୍ଥାନରେ ହିଁ ରାଜକୁମାର ଟଳି ପଡ଼ିଥିଲା । ଏହା ଦେଖି ରବି ସେଠାରୁ ପଳାଇଯିବାକୁ ଚେଷ୍ଟା କରିଥିଲା । ହେଲେ ସେମାନେ ତାକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏହିପରି ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା । ରବିକୁ ହାଣିବା ପରେ ସେମାନେ ତା ଉପରକୁ ଗୁଳି ଚଳାଇଥିଲେ । ରାଜକୁମାରର ହତ୍ୟା ପରେ ମଧ୍ୟ ତା ଉପରକୁ ସେମାନେ ଅତି ନୃଶଂସ ଭାବେ ଗୁଳି ଚଳାଇଥିବା ଜଣା ପଡ଼ିଛି । ତେବେ ପୋଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇପାରି ନଥିବା ଜଣା ପଡ଼ିଥିବା ବେଳେ ସାରା ଅଞ୍ଚଳରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳିଯାଇଥିବା ଦେଖିବାକୁ ମିଳିଛି ।  

   Related Posts