ବାରିପଦାରେ ବେଆଇନ ଗୋରୁ ଚାଲାଣ ବେଳେ ଦୁର୍ଘଟଣା: ଭ୍ୟାନର ହେଲପର୍ ମୃତ
11/09/2018 at 12:11 PM

ମୟୁରଭଞ୍ଜ ୧୧/୯: ଟାଟାଏସିରେ ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ସମୟରେ ରୋଡ଼ ବ୍ଲକବାରରେ ଧକ୍କା ହୋଇ ହେଲ୍ପରର ଜୀବନ ଯାଇଛି। ସୂଚନା ଅନୁଯାୟୀ ବାରିପଦା ସଦର ଶାଗୁଣାବସା କେନାଲ ନିକଟରେ ଟାଟାଏସି ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ସମୟରେ ଏକ ରୋଡ଼ବ୍ଲକ ବାରରେ ଧକ୍କା ଦେବା ଫଳରେ ହେଲ୍ପର ମୁଣ୍ଡରେ ଆଘାତ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ହେଲ୍ପର ଜଣକ ହେଉଛନ୍ତି ବୈଶିଙ୍ଗା ଥାନା ଅନ୍ତର୍ଗତ ଯୁଗଳ ଗ୍ରାମର ସୁରୁଜୁ ବେହେରା।ତେବେ ଭ୍ୟାନର ମାଲିକ ଆସି ଘଟଣା ସ୍ଥଳରୁ ଗାଡିଟିକୁ ଫେରାର କରାଇ ନେଇଥିବା ବେଳେ ଗାଡିର ଡ୍ରାଇଭର ଗ୍ରାମବାସୀଙ୍କ ଦ୍ଵାରା ଅଟକ ଅଛି। ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି।