Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଇଟାଲୀରେ ୨୪ ଘଣ୍ଟାରେ ୯୭ ଜଣଙ୍କ ପ୍ରାଣ ନେଲା କରୋନା, ପର୍ଯ୍ୟଟଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଲା ଇସ୍ରାଏଲ

10/03/2020 at 8:02 PM

ରୋମ ୧୦।୦୩: ଇଟାଲୀରେ ୨୪ ଘଣ୍ଟାରେ ୯୭ ଲୋକଙ୍କ ପ୍ରାଣ ନେଲାଣି କରୋନା ଭୂତାଣୁ। ଏହା ସହିତ ଏହି ଦେଶରେ ମୃତକଙ୍କ ସଂଖ୍ୟା ୪୬୩ରେ ପହଞ୍ଚିଛି। ଚୀନ ପରେ ଇଟାଲୀରେ କରୋନଜନିତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଅଧିକାରୀଙ୍କ ଅନୁଯାୟୀ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୯୮୫ରେ ପହଞ୍ଚିଛି। ଅନ୍ୟପଟେ ଇସ୍ରାଏଲ ଆସିଥିବା ସମସ୍ତ ଯାତ୍ରୀଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅଲଗା ରଖାଯିବ। ପ୍ରଧାନମନ୍ତ୍ରୀ ବେଞ୍ଚାମିନ ନେତନ୍ୟାୟୁ ସୋମବାର ଏହାର ଘୋଷଣା କରିଛନ୍ତି। ଇସ୍ରାଏଲରେ ସଂକ୍ରମିତ ସଂଖ୍ୟା ୫୦ ହୋଇଥିବା କୁହାଯାଉଛି।

ନେତନ୍ୟାହୁ କହିଛନ୍ତି ଯେ, ଯାତ୍ରୀଙ୍କୁ ଅଲଗା ରଖାଯିବା ଏକ ମୁସ୍କିଲ ନିଷ୍ପତ୍ତି। ମାତ୍ର ଲୋକଙ୍କ ହିତ ପାଇଁ ଏହା ନିତାନ୍ତ ଜରୁରୀ। ଇସ୍ରାଏଲ ପୂର୍ବରୁ ଅନେକ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ  ପ୍ରତିବନ୍ଧକ ଲଗାଇଛି। ବୁଧବାର ଇସ୍ରାଏଲ ଫ୍ରାନ୍ସ, ଜର୍ମାନୀ, ସ୍ପେନ, ଅଷ୍ଟ୍ରିଆ ଓ ସ୍ଵିଜରଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି।

ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ଵରେ ଅଦ୍ୟାବଧି ୧୦୯ ଦେଶକୁ କରୋନା ବ୍ୟାପି ସାରିଛି। ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ୧୪ ହଜାର ୮୧୪ରେ ପହଞ୍ଚିଛି। ଏଥିରେ ୪,୦୩୧ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଚୀନ ରାଷ୍ଟ୍ରପତି ସି  ଜିନପିଙ୍ଗ ମଙ୍ଗଳବାର କରୋନା ଭୂତାଣୁରେ ସବୁଠୁ ଅଧିକ ପ୍ରଭାବିତ ଉହାନ ସହର ନୀରିକ୍ଷଣ କରିଛନ୍ତି।

   Related Posts