ଚକା ଫାଟି ଡିଭାଇଡରରେ ପିଟି ହେଲା କାର୍‌ ; ଜଣେ ଆହତ, ୩୦ ମିଟର ଦୂରକୁ ଛିଟିକି ପଡିଲା ଗାଡିର ଇଞ୍ଜିନ୍‌

Published By : Prameya-News7 Bureau | December 23, 2020 IST

ସାଲେପୁର ୨୩।୧୨ : କଟକ ଜିଲ୍ଲା ଟାଙ୍ଗୀ ଥାନା ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା । କାର୍‌ ଚକା ଫାଟି ରାସ୍ତା କଡ଼ ଡିଭାଇଡ଼ରରେ ପିଟି ହୋଇଛି । ଯାହାଫଳରେ ଗାଡ଼ି ଚାଳକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":381489,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  କାର୍‌ଟି ଭୁବନେଶ୍ୱରରୁ ଚୌଦ୍ୱାର କୌଣସି କାମରେ ଯିବାର ଥିଲା । କିନ୍ତୁ କାର୍‌ ଚାଳକ ଜଣକ ଚୌଦ୍ୱାର ରାସ୍ତା ଜାଣିନପାରି ଟାଙ୍ଗୀ ଅଭିମୁଖେ ଯାଉଥିଲେ । କାର୍‌ଟି ଦ୍ରୁତ ଗତିରେ ଆସୁଥିବା ସମୟରେ କାର୍‌ଟିର ପଛଚକା ଫାଟିଯାଇଥିଲା । ଯାହାଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡ଼ରରେ ପିଟି ହୋଇ ରାସ୍ତ ମଝିକୁ ପଡିଯାଇଥିଲା ।

{"id":381490,"sizeSlug":"large","linkDestination":"none"}

ଦୁର୍ଘଟଣା ପରେ କାର୍‌ର ଇଞ୍ଜିନ୍‌ ବାହାରି ୫୦ମିଟର ଦୂରକୁ ଛିଟିକି ପଡିଥିଲା । ସୌଭାଗ୍ୟବଶତଃ ଦୁର୍ଘଟଣାରେ ବିଶେଷ କ୍ଷତି ହୋଇନାହିଁ । ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । କାରଟି ରାସ୍ତା ମଝିକୁ ଚାଲି ଆସିବାରୁ ରାଜପଥ ଗୋଟେ ପାର୍ଶ୍ୱରେ ଗାଡି ଚଳାଚଳ କିଛି ସମୟ ପାଇଁ  ଠପ ହୋଇଯାଇଥିଲା।  ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି  କ୍ରେନ୍ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ କାରଟିକୁ ରାସ୍ତା ମଝିରୁ  ହଟାଇଥିଲା ।ଏହା ପରେ ଗାଡିଚଳାଚଳ  ସ୍ୱାଭାବିକ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.