ମନ୍ତ୍ରୀ ସମୀର ଦାସଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ଆଣିଲେ ହସ୍ପିଟାଲ୍‌

Published By : Prameya-News7 Bureau | December 19, 2020 IST

ଭୁବନେଶ୍ୱର ୧୯।୧୨: ଦୁର୍ଘଟଣା ଗ୍ରସ୍ତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଆହତ ଯୁବକ ପିପିଲିର ମୁନା  ବୋଲି ଜଣାପଡିଛି। କ୍ୟାପିଟାଲ ହସ୍ପିଟାଲରେ ଯୁବକଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ରୁ ଫେରୁଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା ଉପରେ ପଡି ରହିଥିବା ଯୁବକଙ୍କୁ ଦେଖିଥିଲେ । ବାଇକଟି ତାଙ୍କ ଉପରେ ପଡ଼ି ରହିଥିଲା । ଅଚେତ ଅବସ୍ଥାରେ ସେଠାରେ ପଡିରହିଥିଲେ । ମନ୍ତ୍ରୀ ଦେଖିବା ପରେ ସଙ୍ଗେ ସଙ୍ଗେ ୧୦୮କୁ କଲ କରି ସାହାଯ୍ୟ ମାଗିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଦେଖି ନିଜ ଗାଡ଼ିରେ ଆହତ ଯୁବକଙ୍କୁ ସେ ସିଧା କ୍ୟାପିଟାଲ ହସ୍ପିଟାଲକୁ ନେଇ ଆସିଥିଲେ । ଯୁବକ ଜଣଙ୍କ ଏବେ ଚିକିତ୍ସାଧିନ ଅଛନ୍ତି । ଯୁବକଙ୍କ ନିକଟରୁ ମୋବାଇଲା ଓ ପର୍ସରୁ ତାଙ୍କ ପରିଚୟ ହସ୍ତଗତ ହୋଇଛି । ଏହାପରେ ମନ୍ତ୍ରୀ ଯୁବକଙ୍କ ପରିବାର ସହ କଥାବାର୍ତ୍ତା ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.