ପରିବା ବୋଝେଇ ଅଟୋ ଓ ଟ୍ରଲର ଧକ୍କା, ୫ ମହିଳା ଆହତ

Published By : Prameya-News7 Bureau | May 20, 2021 IST

ଦେବଗଡ଼ ୨୦।୦୫: ଅଟୋକୁ ଧକ୍କା ଦେଲା ଟ୍ରଲର । ଦୁର୍ଘଟଣାରେ ୫ଜଣ ମହିଳା ପରିବା ଚାଷୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଦେବଗଡ଼ ଜିଲ୍ଲା ଦେଇ ଯାଇଥିବା କୋଲକାତା-ମୁମ୍ବାଇ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, କୁରଡ଼ ଗାଁର ସମସ୍ତ ଚାଷୀ ଗୋଟିଏ ପରିବାରର ଅଟନ୍ତି । ସେମାନେ ନିଜ ଜମିରୁ ପରିବାର ନେଇ ଅଟୋ ଯୋଗେ ମାର୍କେଟକୁ ବିକ୍ରି କରିବାକୁ ଯାଉଥିଲେ । ଏହି ସମୟରେ ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ସହ ଅଟୋର ଧକ୍କା ହୋଇଥିଲା । ଦୁର୍ଘଟଣାରେ ୫ଜଣ ମହିଳା ଚାଷୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦେବଗଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.