ହୃଦୟ ବିଦାରକ ଦୃଶ୍ୟ, ଘଣ୍ଟାଏ କାଳ ଟ୍ରକରେ ଚାପି ହୋଇଥିଲେ ଡ୍ରାଇଭର...

Published By : Prameya-News7 Bureau | February 25, 2021 IST

ଭୁବନେଶ୍ୱର ୨୫।୦୨:  ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ହୃଦୟ ବିଦାରକ ଦୃଶ୍ୟ । ଦୁର୍ଘଟଣା ପରେ ଟ୍ରକରେ ଚାପି ହୋଇ ପ୍ରାୟ ଘଣ୍ଟାଏ ସମୟ ରହିଲେ ଡ୍ରାଇଭର । ତାଙ୍କ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲା । ଜୀବନ ବଞ୍ଚାଇବାକୁ ଛଟପଟ ହେବା ସହ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରୁଥିଲେ ।

ଅଗ୍ନିଶମ ବାହିନୀ ପହଂଚି ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି। ଅଗ୍ନିଶମ କର୍ମଚାରୀଙ୍କ ପାଇଁ ନିଜ ଜୀବନ ପାଇଛନ୍ତି ଟ୍ରକ ଡ୍ରାଇଭର । ସିଆରପି ଛକ ଓଭର ବ୍ରିଜ ପଟୁ ମାଲ ବୋଝେଇ ଟ୍ରକ ଜୟଦେବ ବିହାର ଆଡକୁ ଯାଉଥିଲେ । ପୂର୍ବରୁ ବ୍ରେକ ଡାଉନ ହୋଇ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଡ୍ରାଇଭର ଗୁରୁତର ଅବସ୍ଥାରେ ଚାପି ହୋଇରହିଯାଇଥିଲେ । ପ୍ରାୟ ଘଣ୍ଟାଏ ପରେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଡ୍ରାଇଭରଙ୍କୁ ଡାକ୍ତରଖାନା ନିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.