ବସ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୪ମୃତ

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮।୧୧: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗ୍ରେଟର ନୋଏଡ଼ା ସ୍ଥିତ ଯମୁନା ଏକ୍ସପ୍ରେସ୍‌ଓ୍ୱରେ ଏହି ଦୁର୍ଘଟଣା ଘଟିଛି ।  

ଖବର ଅନୁଯାୟୀ, ଏକ ବିବାହ କାର୍ଯ୍ୟକ୍ରମରୁ ଯୋଗଦେଇ ଇନୋଭାରେ ଫେରୁଥିଲେ । ଶନିବାର ଦିନ ଯମୁନା ଏକ୍ସପ୍ରେସ୍‌ଓ୍ୱେରେ ବସ୍‌କୁ ଏକ ଇନୋଭା କାର୍‌ ଜୋରଦାର ଧକ୍କା ଦେଇଥିଲା । ଯାହାପରେ ଇନୋଭା କର୍‌ଟି ପୁରା କ୍ଷତିଗ୍ରସ୍ତ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ଫଶିଥିବା ଲୋକଙ୍କ ଉଦ୍ଧାର କରିଛି । କାର୍‌ରେ ପାଞ୍ଚଜଣ ଲୋକ ଯାତ୍ରା କରୁଥିଲେ , କିନ୍ତୁ ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ସ୍ଥାନୀୟଲୋକଙ୍କ ମୁତାବିକ, କାର୍‌ଟି ତିବ୍ର ଗତିରେ ଆସୁଥିଲେ, ଯାହାଫଳରେ କି ଦୁର୍ଘଟଣା ଘଟିଛି । ପୋଲିସ ସମସ୍ତ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପଚିୟ ପୋଲିସର ହସ୍ତଗତ ହୋଇନାହିଁ । ସେମାନଙ୍କ ତଥ୍ୟ ହସ୍ତଗତ ହେଲେ, ତାଙ୍କ ପରିବାର ଲୋକଙ୍କ ଜଣାଇଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.